ବିଧାନସଭା ଉପଦେଷ୍ଟା କମିଟିର ବିଚାର ବିମର୍ଶ, ବଢିବ ବିଧାୟକଙ୍କ ଦରମା !

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ବିଧାୟକଙ୍କ ଦରମା । ଦରମା ବୃଦ୍ଧି ନେଇ ବିଚାରବିମର୍ଶ କରୁଛି ବିଧାନସଭାର ଉପଦେଷ୍ଟା କମିଟି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢ଼େଇ ଲକ୍ଷ ଭିତରେ ରହିଛି। କିନ୍ତୁ ଓଡ଼ିଶାରେ ବିଧାୟକଙ୍କ ଦରମା କମ୍‌ ରହିଛି । ସବୁ ମିଶି ବିଧାୟକଙ୍କ ଦରମା ୯୮ ହଜାର ରହିଛି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ । ଏନେଇ ସବିଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସୂଚନା ଥାଉକି, ଚଳିତ ବିଧାନସଭାରେ ଉଠିଥିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ । କିଛି ସଦସ୍ୟ କହିଥିଲେ ଯେ, ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.