ଆଜିଠାରୁ ପିପିଲିକୁ ଗଡିଲା ‘ମୋ ବସ୍’

କେନ୍ଯୁଜ୍: ବହୁ ପ୍ରତୀକ୍ଷା ପରେ ଆଜି ରାଜ୍ଯ ସରକାରଙ୍କ ‘ମୋ ବସ’ ସେବା ଭୁବନେଶ୍ବରରୁ ପୁରୀ ଜିଲ୍ଲାକୁ ଆରମ୍ଭ ହୋଇଛି। ପିପିଲି ବିଧାୟକ ପ୍ରଦୀପ ମହାରଥୀ ମୋ ବସ ସେବା ଶୁଭାରମ୍ଭ କରିବା ସହ ନିଜେ ଟିକେଟ୍ କାଟି ପିପିଲିରୁ ଦାଣ୍ଡମୁକୁନ୍ଦପୁର ଯାତ୍ରା କରିଛନ୍ତି। ଯାହା ପିପିଲିବାସୀଙ୍କ ପାଇଁ ଖୁସି ଆଣି ଦେଇଛି।

mo busପ୍ରତିଦିନ ଅନେକ ଲୋକ କାମ ପାଇଁ ବସ୍ ଯୋଗେ ଭୁବନେଶ୍ବର ଯାଇଥାନ୍ତି। ଏନେଇ ଲୋକମାନଙ୍କ ଯାତାୟତକୁ ନେଇ ଅନେକ ସମସ୍ଯା ପାଲଟିଥିଲା। ସୂଚନା ମୁତାବକ ଯେଉଁ ବସ୍ ଗୁଡିକ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲା ସେଥିରେ ପିପିଲି ଲୋକେ ଯିବା ଆସିବା କରିବା କଷ୍ଟକର ହେଉଥିଲା। ଏନେଇ ପିପିଲିକୁ ମୋ ବସ୍ ଚଳାଚଳ କରିବା ପାଇଁ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ମାଷ୍ଟରକ୍ଯାଣ୍ଟିନରୁ ପିପିଲିକୁ ମୋ ବସ୍ ସେବା ଆରମ୍ଭ ହୋଇଛି।

ସୂଚନା ମୁତାବକ ପିପିଲିରୁ ଭୁବନେଶ୍ବରକୁ ଦୈନିକ ସକାଳ ୭ଟାରୁ ସଂଧ୍ଯା ୭ଟା ପର୍ଯ୍ଯନ୍ତ ୪ଟି ବସ୍ ଗଡିବ। ପ୍ରତ୍ଯେକ ବସର ବ୍ଯବଧାନ ୪0 ମିନିଟ୍ ରହିବ। ମାଷ୍ଟରକ୍ଯାଣ୍ଟିନରୁ ଦାଣ୍ଡମୁକୁନ୍ଦପୁର ଯାତ୍ରା ପାଇଁ ଭଡା ୩୦ଟଙ୍କା ରହିଛି। ଏହି ବସରେ ବ୍ଯବସାୟୀଙ୍କ ଠାରୁ ଆରମ୍ଭ କରି କଲେଜ୍ ଛାତ୍ରଛାତ୍ରୀ ସୁବିଧାରେ ଯାତାୟତ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.