Below header

ଜାମ୍ମୁ କାଶ୍ମୀରର ନରବଲ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ୫ ଆତଙ୍କବାଦୀ ଗିରଫ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ନରବଲ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ୫ ଆତଙ୍କବାଦୀ ଗିରଫ କରିଛି ସେନା ଓ ବୁଡଗାମ ପୋଲିସ। ୫ ଆତଙ୍କବାଦୀ ହେଲେ ଇମ୍ରାନ ରସିଦ, ଇଫସାନ ଅହମ୍ମଦ ଗାନି, ଓ୍ଵାଇସ ଅହମ୍ମଦ, ମୋସିନ କଦର ଓ ଆବଦି ରାଥର। ସେମାନଙ୍କ ଠାରୁ ୨୮ ରାଉଣ୍ଡ ଗୁଳି,ଏକେ ୪୭ ସହ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ପୋଷ୍ଟର ଜବତ କରିଛି।

ଏହି ଆତଙ୍କବାଦୀ ଦଳ ଲସ୍କର-ଏ-ତୋଏବାର ଆତଙ୍କବାଦୀ ମାନଙ୍କୁ ରହିବା ପାଇଁ ବାସସ୍ଥାନ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଉଥିଲେ। ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.