Below header

“ଆପ ହେଁ ତୋ ହମ ହେଁ”, ଭିଡିଓ ପୋଷ୍ଟ କରି ସିଆଇଏସଏଫ ଯବାନ ମାନଙ୍କୁ କାହିଁକି ଏମିତି କହିଲେ ଖିଲାଡୀ କୁମାର

କରୋନା ମହାମାରୀ ଓ ଏଥିନେଇ ଜାରି ହୋଇଥିବା ଲକଡାଉନ କାରଣରୁ ଅଭିନେତା ଅକ୍ଷୟ କୁମାର ଅଧିକାଂଶ ସମୟ ନିଜ ଘରେ ହିଁ କାଟୁଛନ୍ତି । ଏଭିତରେ ସେ ଫିଲ୍ମର ସ୍କ୍ରିପ୍ଟ ଲେଖୁଥିବା ଜଣାଯାଇଛି । ଏହା ସହ ସମୟ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି । ଭିଡିଓ ଗୁଡିକ ଜରିଆରେ ସେ କେବେ କରୋନା ଭାଇରସକୁ ନେଇ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି ତ କେବେ ଏନେଇ କରୋନା ଯୋଦ୍ଧ ସାଜିଥିବା ଡାକ୍ତର, ପୋଲିସ କର୍ମୀ ତଥା ଅନ୍ୟ କର୍ମଚାରୀ ମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉ ଛନ୍ତି । ନିକଟରେ ସେୟାର କରିଥିବା ଭିଡିଓ ଟିରେ ଅକ୍ଷୟ କେନ୍ଦ୍ରିୟ ଔଦୋଗିକ ସୁରକ୍ଷା ବଳ ବା ସିଆଇଏସଏଫ ଯବାନ ମାନଙ୍କୁ ଧନ୍ୟବାଦ ଜଣାଉଥିବାର ନଜର ଆସିଛନ୍ତି ।

ଭିଡିଓ ଟିରେ ଅକ୍ଷୟ କହୁଛନ୍ତିକି, ସିଆଇଏସଏଫ ଯବାନ ମାନଙ୍କ ସହ ଆପଣ ପୂର୍ବରୁ ନିଶ୍ଚିତ ରୂପେ ଭେଟିଥିବେ । ଏମାନେ ଏୟାରପୋର୍ଟରେ ସିକ୍ୟୁରିଟି ଦାୟିତ୍ୱରେ ଥାନ୍ତି । ଯାହା ଫଳରେ ଆମେ ବିନା କୌଣସି ଭୟରେ ଯାତ୍ରା କରିପାରୁ । ଏହାସହ ଏମାନେ ମେଟ୍ରୋର ସିକ୍ୟୁରିଟି ଦାୟିତ୍ୱରେ ମଧ୍ୟ ରୁହନ୍ତି । ବର୍ତ୍ତମାନର ଏହି ଘାତକ ମହାମାରୀ ସମୟରେ ଏହି ସିଆଇଏସଏଫ ଯବାନ ମାନେ ପ୍ରଶାସନର ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ମାସ୍କ ବାଣ୍ଟିବା, ଖାଦ୍ୟ ପେୟ ବାଣ୍ଟିବା, ଅନ୍ୟାନ ଦରକାରୀ ପଦାର୍ଥ ବାଣ୍ଟିବା ଆଦି କାର୍ଯ୍ୟରେ ନିୟୋଜିତ ରୁହନ୍ତି । ନିଜର ଓ ନିଜ ପରିବାର ପ୍ରତି ବିପଦର ଆଶଙ୍କା ଥିଲେ ମଧ୍ୟ ଏମାନେ ତାକୁ ଖାତିର ନକରି ଜନ ସେବା କରିବାକୁ ଆଗେଇ ଆସୁଛନ୍ତି ।

ସାଧାରଣତଃ ଆମେ ମାନେ ସେସବୁ ବିଷୟ ପ୍ରତି ସେତେଟା ଧ୍ୟାନ ଦେଉନାହୁଁ । ଆମେ ସେମାନଙ୍କ ଏପରି କାର୍ଯ୍ୟକୁ ନେଇ ଗର୍ବ କରିବା ଉଚିତ । ଅକ୍ଷୟ ସେମାନଙ୍କୁ ଧନ୍ୟବାଦ ଜଣାଇ ଭିଡିଓ ଟିରେ ଆହୁରି ମଧ୍ୟ କହିଛନ୍ତିକି, ଆପଣ ମାନେ ଅଛନ୍ତି ବୋଲି ହିଁ ଆମେ ଆଜି ଘରେ ସୁରକ୍ଷିତ ରହିପାରୁଛୁ । ମୁଁ ହାତ ଯୋଡିକି ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଖିଲାଡୀ କୁମାର ଅକ୍ଷୟ ଏହି ଭିଡିଓ ଟିକୁ ସେୟାର କରିବା ମାତ୍ରେ ହିଁ ସିଏସଆଇଏଫ ତରଫରୁ ବି ଟ୍ୱିଟ ଜରିଆରେ ତାଙ୍କୁ ଧନ୍ୟବାଦ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.