Below header

ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବାକୁ ପହଁଚିଲେ ASI ଟିମ୍

ପୁରୀ : ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛି ASI ଟିମ୍‌ । ସିଂହଦ୍ୱାର ଗୁମୁଟରେ ବନ୍ଧା ଯାଇଛି ଭାରା। ଏହାସହ ନାଟମଣ୍ଡପ ଜଗମୋହନର ମଧ୍ୟ ଅନୁଧ୍ୟାନ କରିବେ ଏହି ବିଶେଷଜ୍ଞ ଦଳ। ମହାପ୍ରଭୁ ଗର୍ଭଗୃହରେ ନଥିବାରୁ ପ୍ରତିବର୍ଷ ପରି ଗର୍ଭଗୃହର ସାମାନ୍ୟ ମରାମତି କରାଯାଇଥାଏ।

ଏହାସହ ଏଏସଆଇର ବିଶେଷଜ୍ଞଦଳ ଶ୍ରୀମନ୍ଦିରର ଅନ୍ୟ ଦୁର୍ବଳ ଅଂଶଗୁଡ଼ିକର ମଧ୍ୟ ମରାମତି କରିବେ। କୋଭିଡ୍‌ କଟକଣା ଯୋଗୁ ବିଶେଷଜ୍ଞ ଏଥର ଯାଞ୍ଚ କାର୍ଯ୍ୟରେ ସାମିଲ ହୋଇନାହାଁନ୍ତି। ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ଭିତର ବିଶୋଧନୀକରଣ କରାଯାଇଛି। ସେବାୟତଙ୍କ ପୁନଶ୍ଚ କୋଭିଡ୍‌ ପରୀକ୍ଷା ସହ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଛି। ୨ଥର ଲେଖାଏଁ କରୋନା ଟେଷ୍ଟ ହେବ। ଏଥିପାଇଁ ୩ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ସେପର୍ଯ୍ୟନ୍ତ ସେବୟତଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ସବୁ ପରିବାରକୁ ପ୍ରାୟ ୫ହଜାର ମାସ୍କ ଓ ସାନିଟାଇଜର ଦିଆଯିବ। ସେବାୟତଙ୍କ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୨ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟକେନ୍ଦ୍ର ହେବ।

ସେପଟେ ସନ୍ଧ୍ୟାରେ ବସୁଛି ଛତିଶା ନିଯୋଗ ବୈଠକ। ଏଥିରେ ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଭିଡ କଟକଣା ସଂପର୍କରେ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.