Below header

ସୁଶାନ୍ତ ସିଂହ ରାଜପୁତଙ୍କ ଜବରା ଫ୍ୟାନ୍‌, ଆକ୍ଟରଙ୍କୁ ଏତେ ଭଲ ପାଆନ୍ତିଯେ ବାଣ୍ଟୁଛନ୍ତି ସୁଶାନ୍ତଙ୍କ ଫଟୋ ଥିବା ମାସ୍କ !

ସୁଶାନ୍ତ ସିଂହ ରାଜପୁତଙ୍କ ଅକସ୍ମାତ ମୃତ୍ୟୁରେ ତାଙ୍କ ପରିବାର, ସାଙ୍ଗ ସାଥି ଏବଂ ବନ୍ଧୁଙ୍କୁ ଏକ ବହୁତ ଝଟକା ଲାଗିଛି। ସୁଶାନ୍ତଙ୍କ ନିଧନ ପରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଯେମିତି ଛାଇ ହୋଇ ରହିଛି। କୌଣସି ବି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ସବୁ ଆଡେ ଏବେ କେବଳ ସୁଶାନ୍ତ ହିଁ ସୁଶାନ୍ତ। ତେବେ ଏହାରି ଭିତରେ ନିକଟରେ ମାର୍କେଟକୁ ଆସିଛି ସୁଶାନ୍ତଙ୍କ ଫଟୋ ଥିବା ମାସ୍କ।

 

View this post on Instagram

 

@sushantsinghrajput #JUSTICEFORSUSHANT #sushantsinghrajput @ankit.bhati

A post shared by Devendra borana (@iamdevborana) on


ସୁଶାନ୍ତଙ୍କ ଫ୍ୟାନ୍ସ ତାଙ୍କୁ ସବୁସମୟରେ ନିଜ ପାଖରେ ଅନୁଭବ କରାଇବାକୁ ଏହି କରୋନା ମହାମାରୀ ଭିତରେ ତାଙ୍କର ଫଟୋ ଥିବା ମାସ୍କ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ ମାସ୍କ ଉପରେ ତାଙ୍କ ଫଟୋ ସସହିତ ମେସେଜ୍‌ ମଧ୍ୟ ଲେଖାଅଛି, ଯେଉଁଥିରେ ଲେଖାଅଛି, ‘ଜିସ୍ମ ସେ ହାରା ହୁଁ, ରୁହ ତୋ ସିର୍ଫ ଏକ ପରିନ୍ଦା ହେ। ଧଡକନେଁ ଚଲ ରହିହେ ଅଭି ମେରେ ଭାଇ, ତୁ ଅଭି ଭି ମେତେ ଦିଲ ମେଁ ଜିନ୍ଦା ହେ।’

ସୁଶାନ୍ତ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ସାମ୍ନାକୁ, ଖୋଲିଲା ଆକ୍ଟରଙ୍କ ମୃତ୍ୟୁ ରହସ୍ୟ

ମୃତ୍ୟୁର ଦଶଦିନ ପରେ ଆସିଲା ବଲିଉଡ୍ ହିରୋ ସୁଶାନ୍ତ ସିଂହ ରାଜପୁତଙ୍କ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ । ପୂର୍ବରୁ କେବଳ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିଲା । ଏବେ କିନ୍ତୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି । ସେ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ତାଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଏବେବି ଭିସେରା ରିପୋର୍ଟ ଆସିବା ବାକି ଅଛି । ଅନ୍ୟପକ୍ଷରେ ଫାଶୀ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଫାଇନାଲ୍ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.