ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ, ସତରେ କ’ଣ ଜଗା ଦେଖାଇଲା କି ମହିମା !

ପୁରୀ(କେନ୍ଯୁଜ୍): ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାର ସତ୍ଯାସତ୍ଯ ଏଯାଏ ଜଣାପଡିନାହିଁ । ଆଉ ଯଦି ଏହା ସତ ହୋଇଥାଏ ତେବେ ଏହା କୌଣସି ଅଲୌକିକତା ଠାରୁ କମ୍ ହେବନି ।

ଆମେ ଜଗନ୍ନାଥଙ୍କ ମହିମା ବିଷୟରେ ସମସ୍ତେ ଜଡିତ । ଜଗାର ମାୟା ଆଗରେ ଆମେ ସମସ୍ତେ ବନ୍ଧା । ଆଉ ଯଦି ଜଗାକୁ ନେଇ କିଛି ଏମିତି ଅଲୌକିକତାର ଭିଡିଓ ସାମ୍ନାକୁ ଆସିବ ତେବେ ତାହା ଭାଇରାଲ୍ ହେବଟା ତ ସ୍ବାଭାବିକ । ଆପଣ ସମସ୍ତେ ଜାଣିଥିବେ ଗତକାଲି ଜନ୍ମଦେବୀକୁ ଯାତ୍ରା କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ଠାରୁଙ୍କୁ ଆଡପ ମଣ୍ଡପ ନେବାବେଳେ ଏହି ଘଟଣା ଘଟିଥିବା ଦାବି କରାଯାଉଛି । ଯେଉଁ ବିସ୍ମୟକର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

mahaprabhuସୂଚନା ମୁତାବକ ଗତକାଲି ମହାପ୍ରଭୁ ରଥରୁ ଆଡପ ମଣ୍ଡପକୁ ବିଜେ କରିବା ସମୟରେ ପାଦପଦ୍ମର ଚିହ୍ନ ଶରଧା ବାଲିରେ ପଡି ଥିବାର ଭିଡିଓ ଭାଇରାଲ ହୋଇଛି। ମହାପ୍ରଭୁଙ୍କର ଅଦ୍ଭୁତ ଓ ଅନନ୍ତ ମହିଁମା। ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରୁ ପହଣ୍ଡି ହୋଇ ଆଡପ ମଣ୍ଡପକୁ ଯିବା ସମୟରେ ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ ଦେଖାଯାଇଛି ବୋଲି କୁହାଯାଉଛି। ଏହି ଚିହ୍ନକୁ ପ୍ରଥମେ କିଛି ଭକ୍ତ ଦେଖିବା ପରେ ଭାଇରାଲ୍ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏନେଇ ସବାୟତଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଥାଉକି ଗତ ନବକଳେବର ବେଳେ ମଧ୍ଯ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ ସମୟର କିଛି ଭିଡିଓ ଓ ବ୍ରହ୍ମର କିଛି ଫଟୋ ଭାଇରାଲ୍ ହୋଇଥିଲା । କିନ୍ତୁ ଏହାର ବାସ୍ତବିକତା ଉପରେ ଏଯାଏ କୌଣସି ସତ୍ଯାସତ୍ଯ ପ୍ରମାଣିତ ହୋଇପାରିନି। ଯଦି କେହି ଭକ୍ତଙ୍କ ଭାବନା ସହ ଏଭଳି ଖେଳ ଖେଳୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ହେବା ନିହାତି ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.