Below header

ସୌମ୍ୟ ମୃତ୍ୟୁ ମାମଲାରେ ହାତ ବାନ୍ଧି ବସିଯାଇଛି ପୋଲିସ !  କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ ବୋଲି  ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ମା’ ଓ ଭଉଣୀ 

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ମଡେଲ୍‌ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଡିସିପି ଅଫିସରେ ତାଙ୍କ ପରିବାର। କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ମା’ ଓ ଭଉଣୀ । ନ୍ୟାୟ ଲାଗି ଦାବି କରିଛନ୍ତି ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ ମୃତ୍ୟୁକୁ ୧୨ ଦିନ ବିତିଲାଣି । ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ମୃତ ସୌମ୍ୟରଞ୍ଜନ ମୁମ୍ବାଇରେ ମଡେଲିଂ କରୁଥିଲେ। ଏବେ ଭୁବନେଶ୍ୱର ଆସି କାଫେ ଓ ରେଷ୍ଟୁରାଣ୍ଟ କରିଥିଲେ। ଜଣେ ଯୁବତୀଙ୍କ ଯୋଗୁ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.