ଆଇପିଏଲ୍‌ ୨୦୨୨ : ଆଫଗାନିସ୍ତାନ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ, ପାକିସ୍ତାନକୁ ପଛରେ ପକାଇଲେ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ର ମେଗା ଅକ୍ସନ ବା ନିଲାମୀରେ ଭାରତ ସମେତ ୧୫ ଦେଶର ପ୍ରାୟ ୫୯୦ ଖେଳାଳି ଭାଗ ନେଇଛନ୍ତି । ନିଲାମୀ ଆଉ ୨ ଦିନ ବାକି ରହିଛି । ୧୨ ଫେବ୍ରୁଆରୀ ସକାଳ ୧୧ ଟାରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ୧୦ ଟିମ ଏପର୍ଯ୍ୟନ୍ତ ୩୩ ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିସାରିଛନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୪୭ ଜଣ ଖେଳାଳୀ ଏଥିରେ ସାମିଲ ଅଛନ୍ତି ।

ଗୋଟିଏ ଟିମର ୧୧ ଜଣ ଖେଳାଳିଙ୍କ ମଧ୍ୟରେ ମାତ୍ର ୪ ଜଣ ବିଦେଶୀ ଖେଳାଳି ଖେଳି ପାରିବେ । ଫଳରେ ଲିଗରେ ଭାରତର ଅଧିକ ଖେଳାଳୀଙ୍କୁ ସ୍ଥାନ ମିଳିବ । ଆଇପିଏଲର ସାଲେରି କଥା କହିବାକୁ ଗଲେ ୧୨ ଦେଶର ଖେଳାଳି କୋଟିପତି ହୋଇସାରିଛନ୍ତି । ଖାଲି ଏତିକି ନୁହେଁ ଆଫଗାନିସ୍ତାନ ଖେଳାଳୀ ପାକିସ୍ତାନ ଖେଳାଳିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ଆଇପିଏଲ୍‌ ର ଆରମ୍ଭ ୨୦୦୮ରେ ହୋଇଥିଲା । ଟି ୨୦ ଲିଗର ପ୍ରଥମ ସିଜିନରେ ପାକିସ୍ତାନର କେତେକ ଖେଳାଳି ଯୋଗଦେଇଥିଲେ । ହେଲେ ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁ ପାକିସ୍ତାନ ଖେଳାଳିଙ୍କ ଉପରେ ରୋକ ଲାଗିଥିଲା ।

ଆଇପିଏଲର ବର୍ତ୍ତମାନ ସିଜିନରେ ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନ୍‌ଙ୍କୁ ଗୁଜୁରାଟ ଟାଇଟନ୍ସ ଟିମ ୧୫ କୋଟି ଟଙ୍କାରେ ସାମିଲ କରିଥିବା ଜଣାଯାଇଛି । ରାଶିଦ ବିଶ୍ୱର ସବୁ ଟି ୨୦ ଲିଗରେ ଖେଳୁଛନ୍ତି । ସେ ୪୦୦ ରୁ ଅଧିକ ଓ୍ଵିକେଟ ମଧ୍ୟ ନେଇସାରିଛନ୍ତି ।

ଆଇପିଏଲ୍‌ ୨୦୦୮ରେ ପାକିସ୍ତାନର ୧୧ ଜଣ ଖେଳାଳି ଯୋଗ ଦେଇଥିଲେ । ଏଥିରେ ପୂର୍ବ କ୍ୟାପଟନ ଶାହିଦ ଆଫ୍ରିଦଙ୍କ ଠାରୁ ଆରମ୍ଭ କରି ଶୋଏବ ଅଖତାର ମଧ୍ୟ ସାମିଲ ଥିଲେ । ଆଫ୍ରିଦଙ୍କୁ ସବୁଠୁ ଅଧିକ ୨.୭୦ କୋଟିରୁ ଅଧିକ ମିଳିଥିଲା ।

ଏହାଛଡ଼ା ମହମ୍ମଦ ଆସିଫ, ଶୋଏବ ମଲିକ, ୟୁନିସ ଖାନ୍‌, ଉମର ଗୁଲ, କାମରାତ ଅକଲମ, ମହମ୍ମଦ ହଫିଜ, ସଲମାନ ବଟ ଓ ସୋହେଲ ତନବୀର ସାମିଲ ଥିଲେ । ପାକିସ୍ତାନ ଖେଳାଳି ସାରା ବିଶ୍ୱର ଲିଗରେ ଖେଳୁଥିବା ବେଳେ ଭାରତୀୟ ଖେଳାଳିଙ୍କୁ ବିଦେଶୀ ଲିଗରେ ଖେଳିବାକୁ ବିସିସିଆଇର ଅନୁମତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.