ପୁଣି ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଭାଲିଆସାହି, ବେଣିପଦର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l ଉକ୍ତ ଜଙ୍ଗଲ ଜମିରେ ୬୪ଏକର ଅଞ୍ଚଳରେ ଚାଷ ହୋଇଥିବା ୧ଲକ୍ଷ୨୮ହଜାର୪ଶହ ୯୨ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି l

ganja destroyed 1ନଷ୍ଟ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୨କୋଟି ୮୪ ଲକ୍ଷ ୯୨ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ଏହି ଅଭିଯାନ ରେ ମୋହନା ବି. ଡି. ଓ ବଂଶୀଧର ଖୋସଲା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ପୋଲିସ,ଅବକାରୀ, ବନବିଭାଗ ଏବଂ ରାଜସ୍ବ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.