ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ, ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର: ଦେଶର ଚାଷୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ଶତ ପ୍ରତିଶତ ସ୍ୱାଭାବିକ ବର୍ଷା ହୋଇପାରେ । ଏହି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ୍ରୁ ସେପ୍ଟେମ୍ବର ଯାଏ ଲଙ୍ଗ ପିରିୟମ୍ ଆଭରେଜରେ ଶହେ ପ୍ରତିଶତ ସ୍ୱାଭାବିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗର ଏହି ପୂର୍ବାନୁମାନ ଚାଷୀକୂଳଙ୍କ ପାଇଁ ଆଶ୍ୱସ୍ତିକର ଖବର ।