୧୧ ତାରିଖ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ୧୦ରୁ ୧୪ ମଧ୍ୟରେ ହୋଇପାରେ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଏହାର ପ୍ରଭାବରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ୧୦ରୁ ୧୪ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ର ଭୂବିଜ୍ଞାନ ସଚିବ କହିଛନ୍ତି, ମୌସୁମୀରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଆଶଙ୍କା ରହିଛି । ସେପଟେ ଆକ୍ୟୁ  ୱେଦର ବୈଜ୍ଞାନିକ ଆକଳନ କରିଛନ୍ତି, ବଙ୍ଗୋପସାଗରରେ ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇପାରେ । ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳ ବର୍ଷିବ ।

ଆକଳନ କରାଯାଉଛି ଯେ ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳ ଓ ଆଭ୍ୟନ୍ତରରେ ଗରମ ଜାରି ରହିବ। ଜୁନ୍‌ ୭ରୁ ୯ ତାରିଖ ଭିତରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ରୁ ୪୧ ଡିଗ୍ରି ରହିବ। ଭୂ-ବିକିରିତ ଦୀର୍ଘ ତରଙ୍ଗ ରଶ୍ମି ଅଧିକ ରହିବା ସହ ଉତ୍ତର-ପଶ୍ଚିମା ପବନ ବହିବ। ତେବେ ୧୧ ତାରିଖରୁ ଏସବୁର ପରିବର୍ତ୍ତନ ଘଟି ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବହିବ ଏବଂ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରିରୁ କମି ଯାଇପାରେ। ଓଡ଼ିଶା ସହିତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିଦର୍ଭରେ ମଧ୍ୟ ଭୀ‌ଷଣ ବର୍ଷା ହେବ। ଏହାସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶରେ ମଧ୍ୟ ମୌସୁମୀ ବର୍ଷା ହେବାର ଆକଳନ କରାଯାଉଛି। ଏହା ଯଦି ହୁଏ, ୧୫ ସୁଦ୍ଧା କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.