ଓଡ଼ିଶାରୁ ବାହୁଡିବ ମୌସୁମୀ, ଉତ୍ତର-ପଶ୍ମିମ ଭାରତରୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆରମ୍ଭ କରିବ ଫେରିବା

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରୁ ବାହୁଡିବ ମୌସୁମୀ। ଆଗାମୀ ୨୪ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତର-ପଶ୍ମିମ ଭାରତରୁ ଫେରିବା ଆରମ୍ଭ କରିବ। ଏହାପରେ ଧୀରେ ଧୀରେ ସାରା ଦେଶରୁ ମୋସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପାଗ ରହିଥିବା ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦେଶରେ ପଶ୍ଚିମ ଓ ଉତ୍ତରପଶ୍ଚିମ ପବନ ସକ୍ରିୟ ହେଉଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଧୀରେଧୀରେ ଅପସରି ଯିବ।

ଚଳିତ ବର୍ଷ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧ରେ କେରଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କିନ୍ତୁ ମୌସୁମୀ ବାହୁଡିବାରେ ଏଥର ୩୬ ଦିନ ବିଳମ୍ବ କରିଛି। ଜୁନ୍‌, ଜୁଲାଇ ଓ ଅଗଷ୍ଟରେ ସ୍ୱାଭାବିକରୁ କମ ବର୍ଷା ହୋଇଥିଲା । ସେପ୍ଟେମ୍ବରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅଗଷ୍ଟରେ ୨୯ ପ୍ରତିଶତ ନିଅଣ୍ଟିଆ ଥିବା ବେଳେ ସେପ୍ଟେମ୍ବରରେ ଭଲ ବର୍ଷା ହୋଇଥିବାରୁ ୨୦ ପ୍ରତିଶତ ଭରଣା ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.