Below header

ଏଥର ରଜ ପୂର୍ବରୁ ଓଡିଶା ପହଁଚିବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ) : କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଥିବା ଆଇଏମଡି ଡିଜି କହିଛନ୍ତି । ଜୁନ ୧୧ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଲଘୁଚାପ ଯୋଗୁ ମୌସୁମୀ ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ହେବ। ଏ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବୃଷ୍ଟିପାତ । ମୋଟାମୋଟି ଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ୧୦୧ ପ୍ରତିଶତ ବର୍ଷା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.