Below header

ଦୋଷ କଲା କିଏ, ଦଣ୍ଡ ଭୋଗିବ କିଏ :୫୦ରୁ ଉର୍ଦ୍ଧ୍ବ ଗରିବ ପରିବାରକୁ ଆସିଛି ଲକ୍ଷ ଲକ୍ଷ ଟଙ୍କାର ଋଣ ପରିଶୋଧ କରିବାକୁ ନୋଟିସ୍

ଭଞ୍ଜନଗର: କିଏ ଛେଳି ଚରାଉଛି ତ କିଏ ଦିନ ମଜୁରିଆ ଭାବେ ନିଜ ପରିବାର ଚଳାଉଛି । ପୁଣି କିଏ ବ୍ରାହ୍ମଣ କର୍ମ କରି ପେଟ ପୋଷୁଛି ତ କିଏ କୁଲି କାମ କରି ବଞ୍ଚୁଛି । ଏମିତି ଅନେକ ଗରୀବ ଶ୍ରେଣୀର ଲୋକଙ୍କ ନାମରେ ଆସିଛି ଲକ୍ଷ ଲକ୍ଷ ଟଙ୍କାର ବ୍ଯାଙ୍କ୍ ଋଣ ସୁଝିବା ପାଇଁ ନୋଟିସ୍ । କାହାର ୧୦ଲକ୍ଷ ସୁଝିବାର ନୋଟିସ୍ ତ କାହାର ୩୦ଲକ୍ଷ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗରିବ ପରିବାର ନାମରେ ଆସିଛି ନୋଟିସ୍ । ଋଣ ପରିଶୋଧ ନକଲେ ପୋଲିସ୍ ବାନ୍ଧି ନେବ ବୋଲି ତାଗିଦ୍ ମଧ୍ଯ କରୁଛି ।

ତେବେ ଏମାନେ ସବୁ ସୁନା ବନ୍ଧକ ରଖି ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇଥିବା ନୋଟିସରେ ଦର୍ଶାଯାଇଛି । କୁଲାଡ ନିକଟସ୍ଥ କ୍ରୁଷ୍ଣପଲ୍ଲୀ ଗାଁର ଏମିତି କିଛି ପରିବାର ସହ ଆମେ ଭେଟିଥିଲୁ ଯେଉଁମାନଙ୍କୁ ଆସିଛି ବ୍ଯାଙ୍କ ନୋଟିସ୍ । କେବଳ ସେତିକି ନୁହେଁ ଏହାପରେ ଆମେ କୁଲାଡ ନିକଟସ୍ଥ ଗଜାପଦର ଓ ନାରାୟଣ ପୁର ଗ୍ରାମର ଜଣେ ମଜୁରିଆ ଓ ଜଣେ ଗରିବ ବ୍ରାହ୍ମଣ ଯାହାଙ୍କ ନାରେ ଆସିଛି ବ୍ଯାଙ୍କ ନୋଟିସ୍ । ଯେଉଁ ମାନଙ୍କ ନାରେ ସମାନ ଢଙ୍ଗରେ ହୋଇଛି ସୁନା ବନ୍ଧକ ଋଣ ।

loneମିଳିଥିବା ସୂଚନା ମୁତାବକ ପୂର୍ବରୁ ଥିବା ମ୍ଯାନେଜରଙ୍କ ସମୟରେ ଏହିସବୁ ସୁନା ବନ୍ଧକ ଋଣ ହୋଇଥିଲା । ବର୍ତ୍ତମାନ ମ୍ଯାନେଜର ଥିବା ମନ୍ମଥ ସ୍ବାଇଁଙ୍କ ନିକଟକୁ ଅଭିଯୋଗ ଆସିବାପରେ ସେ ଏନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବା ସହ ଋଣ ପରିଶୋଧ ପାଇଁ ନୋଟିସ୍ ପଠାଇଥିଲେ । ତେବେ ଏନେଇ ଆନ୍ଧ୍ର ବ୍ଯାଙ୍କର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ଯାଳୟର ୭ଜଣିଆ ଟିମ୍ ଆସି ଏସଂକ୍ରାନ୍ତରେ ଖୋଳତାଡ ଆରମ୍ଭ କରିବା ସହ ଭଞ୍ଜନଗର ଥାନାରେ ଅଭିଯୋଗ ଦେଇଥିବା ସୂଚନା ମିଳିଛି । ଉଭୟ ବ୍ଯାଙ୍କ ଅଧିକାରୀ ଏବଂ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.