ଖାରଜ ହେଲା ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନ୍‌, କାଲି ସକାଳେ ଦିଆଯିବ ଫାଶୀ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମଙ୍ଗଳବାର ଦିନ ପବନ ସୁପ୍ରିମକୋର୍ଟରେ ଆଉ ଏକ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲା। ପିଟିସନ୍‌ରେ କୁହାଯାଇଥିଲା ଯେ ଘଟଣା ସମୟରେ ସେ ନାବାଳକ ଥିଲା ଏଣୁ ତାର ଫାଶୀଦଣ୍ଡ ଖାରଜ କରାଯାଉ।

nirbhaya3

ପବନର ଫାଶୀ ଉପରେ ପୁନର୍ବାର ନିଷ୍ପତ୍ତି ନେବା ପାଇଁ ଏହି ପିଟିସନ୍‌ରେ ଅନୁରୋଧ କରାଯାଇଥିଲା। ତେବେ ଏହି ପିଟିସନ୍‌ ଖାରଜ ହେବ ବୋଲି ପୂର୍ବରୁ ଜଣାଥିଲା। କାରଣ ପବନର ନାବାଳକ ହେବା ନେଇ ଦାଖଲ କରାଯାଇଥିବା ପିଟିସନ୍‌କୁ ପୂର୍ବରୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ତେବେ ପବନର ଏହି ପିଟିସନ୍‌ ଖାରଜ ହେବା ପରେ କାଲି ସମସ୍ତ ଦୋଷୀଙ୍କୁ ଫାଶୀ ହେବ ବୋଲି ଥୟ ହୋଇଛି। ଏବେ ଦୋଷୀଙ୍କ ପାଖରେ ଫାଶୀରୁ ବର୍ତ୍ତିବାକୁ ଆଉ କୌଣସି ବାଟ ନାହିଁ। ଏଣୁ ଏହି ୪ ନର ରାକ୍ଷସ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.