Below header

ସାହିଦ ଏବଂ ମୀରାଙ୍କ ପାଇଁ ସିଲ୍‌ ହେଲା ଜିମ୍‌ ସେଣ୍ଟର, ମାଲିକଙ୍କୁ ପଠାଗଲା ନୋଟିସ୍‌

ବଲିଉଡ ଅଭିନେତା ସାହିଦ କପୁର ଏବଂ ପତ୍ନୀ ମୀରା ରାଜପୁତଙ୍କ ସହ ଜିମ୍‌ ବାହାରେ ଦେଖିବାକୁ ମିଳିଛି। କରୋନା ଭାଇରସ ଭୟରେ ବିଶ୍ୱବ୍ୟାପୀ ଜିମ୍‌ ବନ୍ଦ ଥିବା ବେଳେ ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ସେମାନେ ଦୁଇ ଘଣ୍ଟା ବିତାଇଛନ୍ତି। ବର୍ତ୍ତମାନ ଏହି ଘଟଣା ଉପରେ ବିଏମସି ପ୍ରତିକ୍ରିୟା ନେଇଛି। ରିପୋର୍ଟ ଅନୁଯାୟୀ ବିଏମସି ପକ୍ଷରୁ ଆଣ୍ଟି ଗେ୍‌ାଭିଟି କ୍ଲବର ଜିମ୍‌ ସିଲ୍‌ କରାଯିବା ସହ ମାଲିକକୁ ନୋଟିସ ପଠାଯାଇଛି।

sahidସୂଚନା ମୁତାବକ ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ପୁରା ଦିନ ବନ୍ଦ ଥିଲା। କିନ୍ତୁ ସନ୍ଧ୍ୟା ୫.୩୦ରେ ଏହି ଜିମ୍‌ ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ପାଇଁ ଖୋଲାଯାଇଥିଲା। ଯାହା ଭିତରେ ସେମାନେ ଦୁଇ ଘଣ୍ଟା ଓ୍ଵାର୍କଆଉଟ୍‌ କରିଥିଲେ। କିନ୍ତୁ ଯେତେବେଳେ ସାହିଦ ଏବଂ ମୀରାଙ୍କୁ ବାହାରେ ମିଡିଆ ଥିବା ଜାଣିପାରିଥିଲେ ସେତେବେଳେ ଦୁଇଜଣ ପଛପଟ କବାଟ ପଟେ ବାହାରି ଯାଇଥିଲେ। ଏହି ଘଟଣାରେ ଜିମ୍‌ ମାଲିକ କହିଛନ୍ତି ସାହିଦ ମୋର ଅତି ଘନିଷ୍ଠ ବନ୍ଧୁ ଏବଂ ସେ ଏଠିକି ଓ୍ଵାର୍କଆଉଟ୍‌ କରିବାକୁ ଆସିନଥିଲେ ବରଂ ମୋ ସହ ସାକ୍ଷାତ କରିବାକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.