ବଲିଉଡରେ ଅନ୍ତରଙ୍ଗ ସିନ୍‌ କରି ରାତାରାତି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ, ଆଉ ତା’ ପରେ ଲାଗିଥିଲା ଫିଲ୍ମ ନିର୍ମାତାଙ୍କ ଲାଇନ

ବଲିଉଡରେ ବୋଲ୍ଡ ସିନ୍‌ କରି ରାତାରାତି ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍ସେଦ୍ପୁରଠାରେ ଜନ୍ମଗ୍ରହଣ କରିଥିଲେ। ବଙ୍ଗାଳୀ ପରିବାରରେ ଜନ୍ମିତ ଅଭିନେତ୍ରୀ ଅଭିନେତା ଇମରାନ୍ ହାସମୀଙ୍କ ସହିତ ଫିଲ୍ମ ‘ଆସିକି ବନାୟା ଆପନେ’ରେ ଲିପ୍ଲକ୍ ସହିତ ଅନ୍ତରଙ୍ଗ ସିନ୍ ଦେଇ ବଲିଉଡରେ ସେ ଚର୍ଚ୍ଚା ପରିସରକୁ ଆସିଥିଲେ। ଏହାପରେ ତନୁଶ୍ରୀଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲାଇନ୍ ଲାଗିଯାଇଥିଲା।

mee too

ଗ୍ରାଜୁଏସନ କରିବା ସମୟରେ ମଡେଲିଂ କରିବା ଆରମ୍ଭ କରିଥିଲେ। ଏଥିପାଇଁ ପାଠପଢା ଅଧାରେ ଛାଡିଦେଇଥିଲେ। ୨୦୦୩ରେ ତନୁଶ୍ରୀ ମିସ୍‌ ଇଣ୍ଡିଆ ଟାଇଟଲ ଜିତିଥିଲେ। ତା’ରେ ତନୁଶ୍ରୀ ଫିଲ୍ମ ଚକୋଲେଟ, ରକିବ, ଢୋଲ, ରିସ୍କ, ଗୁଡ ବୟ ଏବଂ ବ୍ୟାଡ ବୟ ଭଳି ଫିଲ୍ମରେ ନଜର ଆସିଛନ୍ତି। ତନୁଶ୍ରୀ ହିଁ ଭାରତରେ ମି ଠୁ ଅଭିଯାନ ଆରମ୍ଭ କରିଥିଲେ। ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ତାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.