କରୋନା ଭାଇରସ୍‌ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିର ଶବରୁ ବି ବ୍ୟାପେ କି କୋଭିଡ୍‌-୧୯? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

କରୋନା ଭାଇରସ୍‌ର ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିର ଶବକୁ କିଭଳି ଅନ୍ତିମ ସଂସ୍କାର କରିବା କଥା ଓ ଏଥିପାଇଁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ସେ ନେଇ ଭାରତର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି ନିୟମ ଜାରି କରିଛନ୍ତି।

corona2

ନିକଟରେ ଦିଲ୍ଲୀରେ କୋଭିଡ୍‌-୧୯ରେ ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କ ଠାରେ ଏହାର ସଂକ୍ରମଣକୁ ନେଇ ଭୟ ଦେଖିବାକୁ ମିଳିଥିଲା। ସଂସ୍କାର ବେଳେ ବି କାଳେ ରୋଗ ବ୍ୟାପିବା ଆଶଙ୍କା କରି ପରିବାର ଲୋକ ଚିନ୍ତାରେ ଥିଲେ। ଏହି ଘଟଣା ପରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି ଯେ ଶବ ସଂସ୍କାର ବେଳେ ସଂକ୍ରମଣ ବ୍ୟାପିନଥାଏ। ଏହା ଜାଣିବା ପରେ ଡାକ୍ତରଙ୍କ ଉପସ୍ଥିତିରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

corona

କରୋନା ଗାଇଡ୍‌ଲାଇନ୍‌:

  • ଶବକୁ ସଂସ୍କାର କରିବା ବେଳେ ପିପିଇ ପ୍ରୟୋଗ କରନ୍ତୁ। ପିପିଇ ଏକ ପ୍ରକାରର ମେଡିକାଲ ସୁଟ, ଯେଉଁଥିରେ ମେଡିକାଲ ଷ୍ଟାଫ୍‌ଙ୍କୁ ବଡ଼ ବଡ଼ ଚଷମା, ଏନ୍‌ ୯୫ ମାସ୍କ, ଗ୍ଲୋଭସ୍‌ ଓ ଏକ ସ୍ୱତନ୍ତ୍ର ଆପ୍ରନ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଏ, ଯାହା ଭିତର ଦେଇ ପାଣି ପ୍ରବେଶ କରିପାରେନାହିଁ।

corona6

  • ରୋଗୀଙ୍କ ଶରୀରରେ ଲାଗିଥିବା ସମସ୍ତ ଟ୍ୟୁବ୍‌କୁ ଖୁବ୍‌ ସାବଧାନତାର ସହ ବାହାର କରିବା ଉଚିତ।
  • ରୋଗୀ ଶରୀରରେ କୌଣସି କ୍ଷତ ହୋଇଥିଲେ ତାହାକୁ ଢାଙ୍କି ଦିଅନ୍ତୁ, ଫଳରେ ରକ୍ତ କିମ୍ବା ଅନ୍ୟ ଘା’ରୁ ନଶା ପାଣି ଯେମିତି ବାହାରକୁ ଆସିବ ନାହିଁ।
  • ଶବକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭରି ବାହାରକୁ ଆଣନ୍ତୁ। ଏହା ପରେ ହିଁ ଶବକୁ ଚାଦରରେ ଘୋଡ଼ାଇ ପରିବାରକୁ ହସ୍ତାନ୍ତର କରନ୍ତୁ।
  • ଶବ ସହ ରୋଗୀର ଚିକିତ୍ସାରେ ବ୍ୟବହାର କରାଯାଉଥିବା ସମସ୍ତ ସାମଗ୍ରୀକୁ ନଷ୍ଟ କରିବା ଉଚିତ।

Coronavirus

ଶବଗୃହ ସହ ଜଡ଼ିତ ଗାଇଡ୍‌ ଲାଇନ୍‌:

  • ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ଶବକୁ ଏଭଳି ଚାମ୍ବରରେ ରଖିବା ଦରକାର ଯାହାର ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ରହିଥିବ।
  • ଶବଗୃହକୁ ସଫାସୁତୁରା ରଖିବା ଦରକାର।

corona5

  • କରୋନା ସଂକ୍ରମିତଙ୍କ ଶବକୁ ଏମ୍ବାମିଙ୍ଗ କରିବା ଉପରେ ରୋକ୍‌ ଲାଗିଛି, ଅର୍ଥାତ୍‌ ମୃତ୍ୟୁ ପରେ ଶବକୁ ସୁରକ୍ଷିତ ରଖିବା ପାଇଁ ଏହା ଉପରେ କୌଣସି ଲେପ ଲଗାଯିବ ନାହିଁ।
  • ଶବଗୃହରୁ ଶବ ବାହାର କରାଯିବା ପରେ ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ଜିନିଷ ଯଥା ଟ୍ରଲି, ଶବ ଡ୍ରୟାର, ଚଟାଣ ଆଦିକୁ ସୋଡ଼ିୟମ୍‌ ହାଇପୋକ୍ଲୋରାଇଟ୍‌ରେ ପରିଷ୍କାର କରିବା ଉଚିତ।

ଅନ୍ତ୍ୟୋଷ୍ଟି ପାଇଁ ରହିଛି ଏହି ଗାଇଡ୍‌ଲାଇନ୍‌:

corona3

  • ଅନ୍ତ୍ୟୋଷ୍ଟି କରିବା ବେଳେ କବର ସ୍ଥାନ କିମ୍ବା ଶ୍ମଶାନରେ ଗହଳି କରିପାରିବେ ନାହିଁ।
  • ପ୍ରତି ମୃତକଙ୍କ ପରିବାର ଲୋକଙ୍କ ଇଚ୍ଛା ଥାଏ ଯେ ମୃତ୍ୟୁ ପରେ ନିଜ ପ୍ରିୟଜନଙ୍କୁ ଶେଷ ଥର ପାଇଁ ଦର୍ଶନ କରିବା। ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ବିଶେଷ ସତର୍କତା ଅବଲମ୍ବନ କରି କେବଳ ମୁହଁ ଦେଖିବାକୁ ଅନୁମତି ଦିଆଯାଇଛି।

corona4

  • ଅନ୍ତିମ ସଂସ୍କାର ବେଳେ ସମସ୍ତ କ୍ରିୟା କର୍ମ କରିବାକୁ ଅନୁମତି ରହିଛି, ମାତ୍ର ଏସବୁ ଯେମିତି ଶବକୁ ନ ଛୁଇଁ କରାଯାଏ।
  • ଶବକୁ ଗାଧୋଇ ଦେବା, ନୂଆ ପୋଷାକ ପିନ୍ଧାଇବା, ଛୁଇଁବା କିମ୍ବା କୋଳେଇବାକୁ ଅନୁମତି ଦିଆଯାଇନାହିଁ।
  • ଶବ ପୋଡ଼ା ଯିବା ବେଳେ ଉଠୁଥିବା ଧୂଆଁ ଦ୍ୱାରା କୌଣସି ବିପଦ ନାହିଁ।
  • ଶବର ପୋଡ଼ା ଯିବା ପରେ ବାହାରୁଥିବା ପାଉଁଶକୁ ଛୁଇଁବାରେ ମଧ୍ୟ କୌଣସି ବିପଦ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.