ବ୍ରହ୍ମପୁର: ଛାତ ଭାଙ୍ଗି ସୁନା ଦୋକାନରେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ଦୁଇ କିଲୋରୁ ଅଧିକ ସୁନା ଅଳଙ୍କାର

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତଗର୍ତ ବଡ଼ ବଜାର ଅଞ୍ଚଳରେ ଏକ ସୁନା ଦୋକାନରୁ ବଡ଼ ଧରଣର ଚୋରି ହୋଇଛି  । ବଡ଼ ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ଗତ କାଲି ରାତିରେ କଳାକନା ବୁଲାଇଛନ୍ତି  ଲୁଟେରା  । ଦୋକାନର ଆଇରନ ଚେଷ୍ଟରେ ଥିବା ୨ କିଲୋ ୮ ଶହ ଗ୍ରାମ ସୁନା ଅଳଙ୍କାରକୁ ଲୁଟେରା ମାନେ ଚୋରି କରିନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ  । ଖବର ପାଇ ବଡ଼ ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ଆଇରନ ଚେଷ୍ଟକୁ ସାମାନ୍ୟ  ତାଡ଼ି ସେଥିରେ ସୃଷ୍ଟି ହୋଇଥିବା ଫାଙ୍କରେ ହାତ ମାରି ସମସ୍ତ ଗହଣା ଲୁଟି ନେଇଥିବା ଜଣାପଡ଼ିଛି  । ଆଜି ଅପରାହ୍ନରେ ମାଲିକ କେ.ରବିକୁମାର ଦୋକାନ ଖୋଲିବା ପରେ ଆଇରନ ଚେଷ୍ଟକୁ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ  । ପରେ ଏନେଇ  ପୋଲିସରେ  ଖବର ଦେଇଥିଲେ  । ଲୁଟେରା ମାନେ ଦୋକାନର ଦ୍ୱିତୀୟ ମହଲାର ଛାତ ଭାଙ୍ଗି ଦୋକାନକୁ ଭିତରେ ପଶି ଚୋରି କରିଛନ୍ତି  । ଦୋକାନ ଓ ଆଖପାଖରେ ଥିବା ସିସି ଟିଭି ଫୁଟେଜକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.