Below header

କେନ୍ଦ୍ରାପଡା: ନ୍ୟାୟ ପାଇଁ ଯାଇଥିବା ମହିଳାଙ୍କୁ ଫାଣ୍ଡି ଅଧିକାରୀଙ୍କ ମାଡ଼ ଅଭିଯୋଗ, ଥାନାରେ ଗୁହାରୀ କଲେ ମହିଳା

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ପଟ୍ଟାମୁଣ୍ଡାଇରେ ତହସିଲଦାର ମାଡ ମାରିବା ଘଟଣା ଅଭିଯୋଗର ୨ଦିନ ନପୂରୁଣୁ ନ୍ୟାୟ ପାଇଁ ଯାଇଥିବା ମହିଳାଙ୍କୁ ଫାଣ୍ଡି ଅଧିକାରୀ ମାଡ ମାରିଥିବା ଅଭିଯୋଗ । ଫାଣ୍ଡି ଅଧିକାରୀଙ୍କ ମାଡରେ ସମ୍ପୃକ୍ତ ମହିଳା ଆହତ ହେବା ସହିତ ତାଙ୍କର ୧ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି । ଏନେଇ ମହିଳା ଜଣଙ୍କ ପଟ୍ଟାମୁଣ୍ଡାଇ ଥାନାରେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ତାଙ୍କ ପାରିବାରିକ କଳହକୁ ନେଇ ସେ ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ।

PATTAMUNDAI-3

ହେଲେ ଫାଣ୍ଡିବାବୁ ତାଙ୍କୁ ୫ଟାରେ ଆସିବାକୁ କହିଥିଲେ । ପରେ ମହିଳା ଜଣଙ୍କ ୫ଟାରେ ଫାଣ୍ଡିକୁ ଯିବା ପରେ ଫାଣ୍ଡି ବାବୁ ତାଙ୍କ ମାମଲାର ହିଷ୍ଟ୍ରି ଜାଣିଥିବା କହି ଖବର ବୁଝାଯିବ ନାହିଁ ବୋଲି କହିଥିଲେ । ପରେ ମହିଳା ଜଣଙ୍କ ତାଙ୍କ ଏତଲା କପି ମାଗିବାରୁ ହଠାତ ଫାଣ୍ଡି ଅଧିକାରୀ ରାଗିଯାଇ ତାଙ୍କୁ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିବା ସହିତ ତଣ୍ଟିଆ ଓ ଧକ୍କା ମାରିବା ବେଳେ ମହିଳା ଜଣଙ୍କ ପଡିଯାଇଥିଲେ।

ପାଣ୍ଡି ଅଧିକାରୀଙ୍କ ଧକ୍କାରେ ପଡିଯିବା ବେଳେ ତାଙ୍କର ୧ବର୍ଷର ପୁଅ ଗ୍ରିଲରେ ବାଡେଇ ହୋଇ ଆହତ ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଏଘଟଣାରେ  ତଦନ୍ତ କରାଯିବ ବୋଲି କହିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.