ପିପିଇ କିଟ୍‌ ପିନ୍ଧି ପୂଜା କଲେ ପୂଜକ, ପରିବାର ଲୋକ ବି ମାନିଲେ କୋଭିଡ୍‌ କଟକଣା

କୋଲକାତା : ଏହି କରୋନା କାଳରେ ଲୋକଙ୍କୁ ଅନେକ ରୀତି ନୀତି ଚଳଣିରେ ପରିବର୍ତ୍ତନ ଆଣିବାକୁ ପଡ଼ିଛି । ସେହିଭଳି ଭାବେ କୋଲକାତାର ଏକ ପରିବାର କୋଭିଡ୍‌ର ସବୁ ନିୟମ ମାନି ନିଆରା ଭାବେ ଲକ୍ଷ୍ମୀପୂଜା କରିଛନ୍ତି । ତାଲାପାର୍କ ଠାରେ ରହୁଥିବା ଘୋଷ ପରିବାରର ୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ତେଣୁ ସେମାନେ ସତର୍କ ରହି ଲକ୍ଷ୍ମୀପୂଜା କରିଥିଲେ । ପରିବାର ଲୋକେ ସାମାଜିକ ଦୂରତା ରକ୍ଷା କରିଥିବା ବେଳେ ପୂଜକ ପିପିଇ କିଟ୍‌ ପିନ୍ଧି ପୂଜା କରିଥିଲେ ।

ଏଥର ଘରେ ମୂର୍ତ୍ତି ହୋଇ ନଥିଲା । ପୂଜା ଜାଗା ଓ ସମୟରେ ବି ପରିବର୍ତ୍ତନ କରାଯାଇଥିଲା । କାରଣ ଘରେ କିଛି ଲୋକ ଏବେବି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ସେମାନଙ୍କ ଠାରୁ ଦୂରେଇ ରହିବା ପାଇଁ ପୂଜାର ଜାଗା ବଦଳା ଯାଇଥିଲା ବୋଲି ଏହି ପରିବାର ଅନ୍ୟତମ ସଦସ୍ୟ ସୌରଭ ଘୋଷ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମ ଘରେ କରାଯାଉଥିବା ଦୀର୍ଘ ଦିନର ପୂଜା ପରମ୍ପରାକୁ ଆମେ ବନ୍ଦ କରିବାକୁ ଚାହୁଁନଥିଲୁ । ତେଣୁ ଏଭଳି ଭାବେ କରୋନା ସତର୍କତା ପାଳନ କରି ପରମ୍ପରା ରକ୍ଷା ପାଇଁ ପୂଜା କରିଛୁ ।

Leave A Reply

Your email address will not be published.