ରାଜଧାନୀ ଭୁବନେଶ୍ୱରରୁ ଆଜି  ୮୧ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ,୨୨୬ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରୁ ଆଜି  ୮୧ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ବାରେଣ୍ଟାଇନରୁ ଓ ୬୨ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି। ସେହିଭଳି ଆଜି ଆଜି ୨୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି ବିଏମସି। କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ମଧ୍ୟରେ କାନନ ବିହାର, ଚନ୍ଦ୍ରଶେଖରପୁର ଓ ପଟିଆରଜୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲ କଣ୍ଟାକ୍ଟ  କେସରୁ ଆଜି ଶୈଳଶ୍ରୀ ବିହାର, ଖଣ୍ଡଗିରି, ନିଳାଦ୍ରୀ ବିହାର, ପୁରୁଣା ଭୁବନେଶ୍ୱରରୁ ୪ ଜଣ ଲେଖାଏଁ, ବିଜେବି ନଗର, ସହିଦ ନଗରରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କହି ରଖୁଛୁ ଭୁବନେଶ୍ୱରରୁ ଏଯାବତ ୨୯ ହଜାର ୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ହଜାର ୧୫୩ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧ ହଜାର ୪୨୩ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୬୬ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.