ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଇଥିବା ସମୟରେ ହେଲା ବଜ୍ରାଘାତ, ଚାଲିଗଲେ ମା’ ପୁଅଙ୍କ ଜୀବନ

ଝାରସୁଗୁଡ଼ା(କେନ୍ୟୁଜ୍): ସମ୍ପର୍କିୟଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଇଥିବା ସମୟରେ ବଜ୍ରାଘାତରେ ଚାଲିଗଲେ ମା’ ପୁଅଙ୍କ ଜୀବନ। ଜୀବନ୍ତ ଯାଇଥିଲେ ହେଲେ ଶବ ହୋଇ ଫେରିଲେ। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ଗତକାଲି ଘଟିଥିଲା ଏଭଳି ଏକ ଅଘଟଣ ।

ମୃତକମାନେ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ(୫୦) ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ(୨୭)। ଏହି ବଜ୍ରାଘାତରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ବାସୁପାଲିର ମହେନ୍ଦ୍ର ରୋହିଦାସ। ତାଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.