ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ: ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ

କଟକ(କେନ୍ଯୁଜ୍): ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ। ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ। ନିଆଳି କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ରୀତା ମିଶ୍ର ଓ ପୁଅ ରଞ୍ଜିତ ମିଶ୍ର।
ସୂଚନା ଅନୁଯାୟୀ, ରୀତା ପୁଅକୁ ନେଇ ତାଙ୍କ ବାପଘରକୁ ବୁଲିବାକୁ ଆସିଥିଲେ। ଦର୍ଶନ ପାଇଁ ଗାଁ ପାଖ ବିଶ୍ୱନାଥ ମନ୍ଦିରକୁ ଯାଇଥିଲେ। ଫେରିବା ବାଟରେ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। ପୋଖରୀରେ ଦୁଇ ଜଣଙ୍କ ମୃତଦେହ ଭାସୁଥିବାଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।