ନିର୍ବାଚନୀ ମୈଦାନରେ ଶାଶୂ ସହ ବୋହୂ, ଉଭୟଙ୍କ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା

ଜଳେଶ୍ୱର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ଫ୍ୟାମିଲି ଫାଇଟ । ନିର୍ବାଚନୀ ମୈଦାନରେ ଶାଶୂ ସହ ବୋହୂ । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଶାଶୁ କାଞ୍ଚନ ଜେନା ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବୋହୂ ବୀନତା ଜେନା।

ପଞ୍ଚାୟତ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ପାଇଁ ଉଭୟଙ୍କ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା। ଘରକୁ ଘର ବୁଲି ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି। ଅଞ୍ଚଳର ବିକାଶ ସାଙ୍ଗକୁ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.