ମାଆ ଭଳି ଏକ ସୁନ୍ଦର ଶବ୍ଦକୁ ଏକଦମ୍‌ ବିପରୀତ କରିଦେଇଛି ଏହି ମାଆ, ନିଜ ହାତରେ ମାରିଦେଇଛି ପୁଅକୁ

ମାଆ କୋଳ ହେଉଛି ତାର ଛୁଆ ପାଇଁ ସବୁଠୁ ବଡ ସୁରକ୍ଷିତ ସ୍ଥାନ । ଯେତେ ବି ବାଧାବିଘ୍ନ ଝଡଝଞ୍ଜା ଆସିଲେ ବି କିଛି ହେବନି ଯଦି ମା ପାଖରେ ଥିବ । ମାଆ ଢ଼ାଲ ହୋଇ ରହେ ତାର ପିଲା ପାଇଁ । କିନ୍ତୁ ଏ ମାଆ ହିଁ ତାର ଜନ୍ମକଲା ପିଲାକୁ । ନିଜର ୬ ମାସର ପୁଅକୁ ମାରିଦେଇଛି ମାଆ ।

ବଲାଙ୍ଗୀର (କେନ୍ୟୁଜ) : ଏ କେମିତିକା ମାଆ । ମାଆ ଭଳି ଏକ ସୁନ୍ଦର ଶବ୍ଦକୁ ଏକଦମ୍‌ ବିପରୀତ କରିଦେଇଛି ଏହି ମାଆ । ମାଆ କୋଳ ହେଉଛି ତାର ଛୁଆ ପାଇଁ ସବୁଠୁ ବଡ ସୁରକ୍ଷିତ ସ୍ଥାନ । ଯେତେ ବି ବାଧାବିଘ୍ନ ଝଡଝଞ୍ଜା ଆସିଲେ ବି କିଛି ହେବନି ଯଦି ମା ପାଖରେ ଥିବ । ମାଆ ଢ଼ାଲ ହୋଇ ରହେ ତାର ପିଲା ପାଇଁ । କିନ୍ତୁ ଏ ମାଆ ହିଁ ତାର ଜନ୍ମକଲା ପିଲାକୁ । ନିଜର ୬ ମାସର ପୁଅକୁ ମାରିଦେଇଛି ମାଆ ।

ବାପା ଘରେ ନଥିଲା । ଘରେ ମାଆ ଓ ତିନି ଛୁୁଆ ଥିଲେ, କିନ୍ତୁ ଏ ମାଆ ମୁଣ୍ଡରେ କି କାଳ ବୁଦ୍ଧି ଜୁଟିଲା ଯେ ପୁଅକୁ ନିଜ ହାତରେ ହିଁ ମାରି ଲହୁଲୁହାଣି କରିଦେଲା । ବାପା ଖବର ପାଇଁ ଧାଇଁ ଆସି ରକ୍ତ ଜୁଡୁବୁଡୁ ପୁଅକୁ ଡାକ୍ତରଖାନା ଆଣିଲେ ସତ, କିନ୍ତୁ ସେତେବେଳକୁ ମରିସାରିଥିଲା ପୁଅ ।

ଵଲାଙ୍ଗିର ଜିଲ୍ଲାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଜନ୍ମଦାତ୍ରୀ ମା ସାଜିଲା ଡାହାଣୀ । ନିଜ ପୁଅର ଗଳା କାଟି ଛଅ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ। ପୁଇନ୍ତଲା ଥାନା ଖଲିଆ ପାଳି ଗାଁରେ ଏପରି ଘଟଣା ଘଟିଛି । ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଛଅ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଆଉ ଏ ଶିଶୁ ପୁତ୍ରକୁ ମାରିଦେଇଛି ତାରି ଜନ୍ମକଲା ମାଆ । ଏପରି ଅଭିଯୋଗ କରିଛନ୍ତି ଖୋଦ୍‌ ଜନ୍ମକଲା ମାଆର ସ୍ୱାମୀ । ତେବେ ଅଭିଯୁକ୍ତ ମାଆ ମିନା ନାଗ ମାନସିକ ବିକୃତ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି । ଅଭିଯୁକ୍ତ ମିନା ମାନସିକ ବିକୃତି ଥିବାରୁ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.