ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ତିଆରି କରିବ ବିମାନ, ବ୍ରାଜିଲ କମ୍ପାନୀ ସହିତ ଚୁକ୍ତି

ଭାରତର ବଡ଼ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ଟ୍ରାନ୍ସପୋର୍ଟ (ପରିବହନ) ବିମାନ ତିଆରି କରିବାକୁ ଯାଉଛି । କମ୍ପାନୀ ଏହି କାର୍ଯ୍ୟ ପାଇଁ ବ୍ରାଜିଲର ଏମ୍ବ୍ରାୟର୍ କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।

ଭାରତର ବଡ଼ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ଟ୍ରାନ୍ସପୋର୍ଟ (ପରିବହନ) ବିମାନ ତିଆରି କରିବାକୁ ଯାଉଛି । କମ୍ପାନୀ ଏହି କାର୍ଯ୍ୟ ପାଇଁ ବ୍ରାଜିଲର ଏମ୍ବ୍ରାୟର୍ କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଭାରତ ସରକାରଙ୍କ ମିଡିୟମ୍‌ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ପ୍ରୋକ୍ୟୋରମେଣ୍ଟ ପ୍ରୋଜେକ୍ଟ ଅଧୀନରେ କରାଯାଇଛି ।

ଭାରତରେ ହିଁ ଏହି ବିମାନ ତିଆରି ପାଇଁ ଏକ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହେବ । ବିମାନର ନାମ ହେଉଛି, C-390 ମିଲେନିୟମ୍ । ଏହା ଏକ ମଲ୍ଟିମିସନ ଏୟାରକ୍ରାଫ୍ଟ । ଯେତେବେଳେ ଏହି ଫ୍ୟାକ୍ଟ୍ରିରୁ ତିଆରି ବିମାନ ବିଦେଶକୁ ରପ୍ତାନି ହେବ, ସେତେବେଳେ ଏଥିରୁ ଦେଶକୁ ଫାଇଦା ହେବ । ଏହା ସହିତ ଦେଶରେ ପ୍ରତିରକ୍ଷା ବିମାନ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।

C-390 ମିଲେନିୟମ୍ ହେଉଛି ଏକ ମଧ୍ୟମ ଆକାରର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଯାହାର ପ୍ରଥମ ଉଡ଼ାଣ ୨୦୧୫ ଫେବୃୟାରୀ ୩ରେ ବ୍ରାଜିଲରେ ହୋଇଥିଲା । ୨୦୧୯ରେ ଏହାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ୯ଟି ବିମାନ ନିର୍ମିତ ହୋଇଛି । ଏହାକୁ ବର୍ତ୍ତମାନ ବ୍ରାଜିଲ, ପର୍ତ୍ତୁଗାଲ ଏବଂ ହଙ୍ଗେରୀର ବାୟୁସେନା ବ୍ୟବହାର କରୁଛନ୍ତି । ତିନି ଜଣ ଲୋକ ଏହି ବିମାନକୁ ଏକାଠି ଉଡାନ୍ତି, ଦୁଇ ଜଣ ପାଇଲଟ୍ ଏବଂ ଜଣେ ଲୋଡମାଷ୍ଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.