ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା, ଜନ୍ମ କରି ପୋଖରୀ ହୁଡାରେ ଫିଙ୍ଗିଦେଲା ମା

ମୋହନା(କେନ୍ୟୁଜ୍): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଜନ୍ମ କରି ପୋଖରୀ ହୁଡାରେ ଫିଙ୍ଗିଦେଲା ମା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ଗାଁରେ। ଆଜି ସକାଳେ ଗାଁ ପୋଖରୀ ହୁଡାରେ ନବଜାତ ଶିଶୁ କନ୍ୟା କାନ୍ଦୁଥିବା ଶୁଣି କିଛି ଲୋକ ଯାଇଥିଲେ । ତେବେ ଗାଁର ସସ୍ମିତା ନାୟକ ନାମକ ଜଣେ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରି ନିଜ ଘରକୁ ଆଣିଛନ୍ତି ।

ଖବର ପାଇ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶାକର୍ମୀ ସସ୍ମିତାଙ୍କ ଘରକୁ ଯାଇ ଶିଶୁର ଯତ୍ନ କରିଛନ୍ତି, ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହାଜର କରାଯିବ ଏବଂ ପରେ ପୋଷ୍ୟ ସନ୍ତାନ ଅନୁଷ୍ଠାନରେ ରଖାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.