କାଳିଆର ମୃତ୍ୟୁ ପରେ ଏବେ ମା ବାପା ଚାହୁଁଛନ୍ତି ଜଗାକୁ କନ୍ଧମାଳ ନେଇଯିବା ପାଇଁ

କଟକ: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଛି । ଏବେବି ଜଗା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛି । ବର୍ତ୍ତମାନ ତାର ମା ବାପା ଚାହୁଁଛନ୍ତି ଜଗାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ । ଏ ନେଇ ବାପା ଭୂୟାଁ କହଁର ଏବଂ ମା ପୁଷ୍ପାଞ୍ଜଳି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ସୂଚନା ମିଳିଛି । ତେବେ ଏସ୍‌ସିବି କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି କିମ୍ବା ପ୍ରତିକ୍ରିୟା ମଧ୍ୟ ଦେଇ ନାହାନ୍ତି ।

JAGA-2

ଯୋଡ଼ାମୁଣ୍ଡ ଶିଶୁ ଭାବେ ପରିଚିତ କନ୍ଧମାଳର ଜଗା କାଳିଆଙ୍କର ଦିଲ୍ଲୀ ଏମ୍‌ସରେ ଅପରେସନ୍‌ ପରେ ଗତ ୨୦୧୯ ସେପଟେମ୍ବର ୭ ତାରିଖରେ ସେମାନେ ଏସ୍‌ସିବିକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାଧନାରେ ଏହି ଅପରେସନ୍‌ କରାଯାଇଥିଲା । ଏଠାରେ ସେମାନେ ଡାକ୍ତରଙ୍କ ସ୍ୱତନ୍ତ୍ର ନଜର ଭିତରେ ରହିଥିଲେ । ତେବେ ଏହା ଭିତରେ ଗତ ନଭେମ୍ବର ୨୫ ତାରିଖରେ କାଳିଆର ମୃତ୍ୟୁ ହୋଇଯାଇଛି । ଏହାପରେ ଜଗା ଏକା ହୋଇଯାଇଛି ।

ଅବଶ୍ୟ ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଉଛି । ହେଲେ ତାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ କି ନାହିଁ ସେ ସମ୍ପର୍କରେ କେବଳ ଏସ୍‌ସିବି କର୍ତ୍ତୃପକ୍ଷ ହିଁ ନିଷ୍ପତ୍ତି ନେଇ ପାରିବେ । ଏଠାକାର ଡାକ୍ତର ଦିଲ୍ଲୀ ଏମ୍‌ସ ଡାକ୍ତର ଏବଂ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ଯାହା କିଛି ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.