ସେପଟେ ଚାଲିଥିଲା ଧର୍ମେନ୍ଦ୍ରଙ୍କ ଚାଷୀ ସମାବେଶ, ଏପଟେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ପକେଟମାର କଲା ଦୁର୍ବୃତ୍ତ

ଢେଙ୍କାନାଳ(କେନ୍ୟୁଜ୍): ଧରାପଡିଲା ପକେଟମାର। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ଚାଷୀ ସମାବେଶରେ ପକେଟମାରୁ କରିଥିବା ଚୋରକୁ ଧରିଲା ଟାଉନଥାନା ପୋଲିସ। ସମାବେଶରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ଗୌରାଙ୍ଗ ପଣ୍ଡା ନାମକ ଜଣେ ପକେଟମାରୁ ସହିତ ଆହୁରି କିଛି ଯୁବକ ଏହି ପକେଟମାରୁ ରାକେଟରେ ଥିବା ଅନୁମାନ କରୁଛି ପୋଲିସ। ଗୌରାଙ୍ଗ ପଣ୍ଡା ଠାରୁ ଦଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି। ତା ଘର ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳରେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପକେଟମାରୁର ଶିକାର ହୋଇଛନ୍ତି ଅନୁଗୁଳର ପ୍ରତାପ ଚନ୍ଦ୍ର ପ୍ରଧାନ ନାମକ ଜଣେ ବିଜେପି ନେତା । ତାଙ୍କ ଠାରୁ ୩୫ ହଜାର ଟଙ୍କା ପକେଟମାରୁ ହୋଇଥିବା ଟାଉନଥାନାରେ ଲିଖିତ ଅଭିଯୋଗ ହୋଇଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକରୁ ଆସିଥିବା କିଛି ଚାଷୀ ମଧ୍ୟ ମନିପର୍ସ ଓ ଟଙ୍କା ଏଟିଏମ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।ଢେଙ୍କାନାଳ ଟାଉନଥାନା ପୋଲିସ ଏନେଇ ଜଣେ ପକେଟମାରୁକୁ କାବୁ କରିବା ସହିତ ଅଧିକ ଛାନଭିନ କରୁଛି।