Below header

ଓଡିଶାରେ କମିବ ଦୁର୍ଘଟଣା! ବ୍ଲାକ ସ୍ପଟରେ ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାର ଓ SLF ମଧ୍ୟରେ ଚୁକ୍ତିନାମା ହେଲା ସ୍ବାକ୍ଷର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ ସେଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌-SLF ଏକ ଏମଓୟୁରେ ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମାରେ ରାଜ୍ୟ ପରିବହନ ପ୍ରାଧିକରଣର ଯୁଗ୍ମ କମିଶନର ଓ ସେଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ତଥା ସିଇଓ ପୀୟୁଷ ତିୱାରୀ ସ୍ୱାକ୍ଷର କରିଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଶହେରୁ ଅଧିକ ଅସୁରକ୍ଷିତ ସ୍ଥାନ ବା ବ୍ଲାକ ସ୍ପଟରେ ଦୁର୍ଘଟଣା ହ୍ରାସ ଦିଗରେ କାମ କରାଯିବ ।

ଆସନ୍ତା ତିନି ବର୍ଷ ମଧ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରହିଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି, ସଡକକୁ ଅଧିକ ସୁରକ୍ଷିତ କରିବା ପାଇଁ ସେଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌ ସହିତ ଏମଓୟୁ ଏକ ପ୍ରମୁଖ ପଦକ୍ଷେପ।

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ପ୍ରାୟ ୩୦ରୁ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା ରହିଛି । ’ଜିରୋ-ଫାଟାଲିଟି କରିଡର’ ମଡେଲ ସେହି ପ୍ରତିବଦ୍ଧତାକୁ ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.