Below header

ଚାହା ପିଇବାରେ ଧୋନିଙ୍କ ସାଥି ସାଜିଛି “ହନି”, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ଵିକେଟ କିପର ଏମ ଏସ ଧୋନିଙ୍କର କିଛି ଖାସ ସଉକ ରହିଛି । ବିଶେଷ କରି ବିଭିନ୍ନ ବାଇକ କଲେକ୍ସନରେ ରୁଚି ରଖୁଥିବା ଧୋନିଙ୍କର ପଶୁପକ୍ଷୀଙ୍କ ପ୍ରତି ଏକ ଖାସ ଆକର୍ଷଣ ରହିଛି । ଏମିତିରେ ଧୋନିଙ୍କର କୁକୁର ପ୍ରୀତି କାହାକୁ ଅଜଣା ନାହିଁ । ଏନେଇ ପୂର୍ବରୁ ଅନେକ ସଂଖ୍ୟକ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଛି । କିନ୍ତୁ ଏଇ ନିକଟରେ ନିଜ ପାଳିତ ପକ୍ଷୀ ସହିତ ଧୋନି ଚାହା ପିଉଥିବାର ଏକ ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଧୋନିଙ୍କର ଏହି ପୋଷା ପକ୍ଷୀଟିର ନାଁ ହେଉଛି “ହନି” । ଏହି ପକ୍ଷୀଟିର ରଙ୍ଗ ଈଷତ ହଳଦିଆ ସହିତ ହାଲୁକା ନୀଳ ରଙ୍ଗ ମିଶା ।

 

View this post on Instagram

 

A post shared by Sakshi Singh Dhoni (@sakshisingh_r)

ହନି ଧୋନିଙ୍କ କାନ୍ଧ ଉପରେ ବସିଥିବା ବେଳେ ଧୋନି ଆରାମରେ ଚାହା ପିଉଛନ୍ତି । ଆଉ ଏହି ସମୟରେ ଏକ ନୀଳ ରଙ୍ଗର ଟି -ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି । ଉଭୟ ଧୋନି ଓ ହନୀଙ୍କ କେମେଷ୍ଟ୍ରି ବି ଖୁବ ଜମୁଛି । ଏହି ଫଟୋଟିକୁ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଇନ୍ଷ୍ଟଗ୍ରାମରେ ସେୟାର କରିଛନ୍ତି । ଅନ୍ୟ କେତେକ ପ୍ଲାଟଫର୍ମରେ ଏହାର ଭିଡିଓ ବି ସେୟାର ହୋଇଛି । ସେୟାର କରିବା ପରେ ଏହାର କ୍ୟାପ୍ସନରେ ଲେଖିଛନ୍ତି, “ମାହି ଆଉ ତାଙ୍କ ହନି” । ଆଉ ଏହାର ହ୍ୟାସଟ୍ୟାଗ ବି ଦେଇଛନ୍ତି । ଫଟୋଟି ସେୟାର ହେବା ମାତ୍ରେ ଏହାକୁ ୯ ଲକ୍ଷରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିଥିବା ଜଣାଯାଇଛି । କମେଣ୍ଟ ସେକ୍ସନରେ କ୍ୟାପଟେନ କୁଲ ପତ୍ନୀ ସାକ୍ଷୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଧୋନିଙ୍କ କୁକୁର ପ୍ରୀତି ବିଷୟରେ ତ ଆମେ ଆଗରୁ ଉଲ୍ଲେଖ କରିଛୁ । ଏହା ବ୍ୟତୀତ ଧୋନିଙ୍କ ରାଞ୍ଚି ସ୍ଥିତ ଫାର୍ମହାଉସରେ ଏକ ଘୋଡା ଓ ଏକ ପନି ବି ରଖିଛନ୍ତି ଧୋନି । ଗତ ଜୁନ ମାସରେ ଏହି ଘୋଡା ସହିତ ଧୋନି ଦୌଡୁଥିବାର ଏକ ଭିଡିଓ ବି ଖୁବ ଭାଇରାଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.