ଚୀନରୁ ପୁଣି ବ୍ୟାପି ପାରେ ମହାମାରୀ! ୱେଟ ମାର୍କେଟରୁ ବୈଜ୍ଞାନିକଙ୍କୁ ମିଳିଲା ଆହୁରି ୧୮ ଭାଇରସ୍‌; ମଣିଷ ପାଇଁ ଭୟଙ୍କର

ବୈଜ୍ଞାନିକମାନେ ଚୀନର ୱେଟ ମାର୍କେଟରେ ଆହୁରି ୧୮ ଭୟଙ୍କର ଭାଇରସ୍‌ର ପତ୍ତା ଲଗେଇଛନ୍ତି, ଯାହାକି ପୋଷା ପ୍ରାଣୀ ଏବଂ ମନୁଷ୍ୟଙ୍କ ମଧ୍ୟରେ ବ୍ୟାପି ପାରେ। କୁହାଯାଉଛି କି, କରୋନା ଭାଇରସ୍‌ ବୁହାନର ସି ଫୁଡ୍‌ ମାର୍କେଟରୁ ମନୁଷ୍ୟ ପର୍ଯ୍ୟନ୍ତ ପହଞ୍ଚିଥିଲା, ଯଦ୍ଦ୍ଵାରା ଏ ପର୍ଯ୍ୟନ୍ତ ୨୫.୩୮ କୋଟି ଲୋକ ସଂକ୍ରମିତ ହୋଇ ସାରିଛନ୍ତି ଏବଂ ୫୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ବୈଜ୍ଞାନିକମାନେ ୧,୭୨୫ ଜଙ୍ଗଲି ପଶୁଙ୍କୁ ନେଇ ବିଶ୍ଳେଷଣ କରିଥିଲେ। ଏହି ପ୍ରାଣୀମାନେ ୧୬ ପ୍ରଜାତିର ଥିଲେ, ଯାହାଙ୍କର ନମୁନା ସାରା ବିଶ୍ୱରୁ ନିଆଯାଇଥିଲା। ଅଧ୍ୟୟନରେ ଚୀନ, ଆମେରିକା, ବେଲ୍‌ଜିୟମ ଏବଂ ଅଷ୍ଟ୍ରେଲିଆର ଗବେଷକମାନେ ସାମିଲ ହୋଇଥିଲେ। ବୈଜ୍ଞାନିକମାନେ ଏମିତି ପ୍ରାଣୀଙ୍କୁ ପତ୍ତା ଲଗାଇଥିବାର ଦାବି କରିଛନ୍ତି, ଯେଉଁମାନଙ୍କୁ ସାଧାରଣତଃ ଚୀନରେ ହିଁ ଶିକାର କରାଯାଇଥାଏ। ଅର୍ଥାତ୍‌ ଏହି ପ୍ରାଣୀମାନଙ୍କୁ ବିଦେଶୀ ଭୋଜନ ରୂପେ ଖିଆ ଯାଇଥାଏ। ସେଥି ମଧ୍ୟରୁ କିଛି ପ୍ରାଣୀଙ୍କ ଉପରେ ଚୀନ ସରକାର କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରତିବନ୍ଧକ ଲଗାଇ ଦେଇଥିଲେ।

Nanjing Agricultural University of Chinaର College of Veterinary Medicine ସହ ଜଡ଼ିତ ଅଧ୍ୟୟନର ଲେଖକ ଶୁଓ ସୁ କହିଛନ୍ତି, ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ କରି ପାରୁଥିବା ମୋଟ ୭୧ ଭାଇରସ୍‌ ମିଳିଥିଲା, ଯେଉଁଥିରୁ ୪୫ ଭାଇରସ୍‌ ନୂଆ ବାହାରିଛି। ସେଥି ମଧ୍ୟରୁ ୧୮ ଭାଇରସ୍‌ ଏମିତି ରହିଛି, ଯାହାକି ପୋଷା ପ୍ରାଣୀ ଏବଂ ମନୁଷ୍ୟଙ୍କୁ ମଧ୍ୟ ନିଜ କବଳକୁ ନେଇ ପାରିବ। ଯଦିଓ ଟିମ୍‌କୁ ଏହି ସମୟରେ SARS-CoV ଏବଂ SARS-CoV-2 ଭଳି ଭାଇରସ୍‌ ମିଳିପାରି ନାହିଁ। କରୋନା ଭାଇରସ୍‌ ଉତ୍ପତ୍ତିକୁ ନେଇ ଚୀନ ଲଗାତାର ମିଥ୍ୟା ପ୍ରଚାର କରିବାରେ ଲାଗିଛି। ଏଥିପାଇଁ ସେ ରାଜନୈତିକ ବୟାନ, ରାଜ୍ୟ ଦ୍ୱାରା ସଞ୍ଚାଳିତ ସାମାଚାର ମିଡିଆ ଏବଂ ସୋସିଆଲ ମିଡିଆର ସାହାରା ନେଉଛି। ଚୀନ ନିକଟରେ କରୋନା ଭାଇରସ୍‌ ପାଇଁ ଆମେରିକାର ବଡ଼ ଚିଙ୍ଗୁଡ଼ି ମାଛକୁ ଦାୟୀ କରିଥିଲା। ଚୀନ ଦାବି କରିଥିଲା କି, ୨୦୧୯ ନଭେମ୍ବର ୧୧ରେ ସଙ୍ଘାଇରେ ଉତ୍ତର ବୋଷ୍ଟନ ଚିଙ୍ଗୁଡ଼ି ମାଛର ୫୫ଟି ବାକ୍ସ ମାଲ ପରିବହନ କରୋନା ଉତ୍ପତ୍ତି ପାଇଁ ଦାୟୀ ଥିଲା।

କହି ରଖୁଛୁ, ଚୀନ ବୁହାନର ପ୍ରୟୋଗଶାଳାରୁ କରୋନା ଭାଇରସ୍‌ ଲିକ୍‌ ହେବାର ଖବରକୁ ଲଗାତାର ଖଣ୍ଡନ କରି ଆସୁଛି। ଏହାରି ଭିତରେ ୨୦୨୦ ନଭେମ୍ବରରେ ଚୀନ ଅଧିକାରୀମାନେ ଦାବି କରିଥିଲେ ଯେ ସାଉଦି ଆରବରୁ ଆମଦାନୀ ହୋଇଥିବା ବଡ଼ ଚିଙ୍ଗୁଡ଼ି ମାଛରୁ କରୋନା ଭାଇରସ୍‌ ମିଳିଥିଲା। ଏଥି ପୂର୍ବରୁ ଚୀନ, ବ୍ରାଜିଲରୁ ଗୋରୁ ମାଂସ ବା ବିଫ୍‌ ଆମଦାନୀ ଉପରେ ମଧ୍ୟ ରୋକ୍‌ ଲଗାଇ ଦେଇଥିଲା। ଚୀନରେ କରୋନା ଭାଇରସ୍‌ ଲିକ୍‌ କରେଇବା ପାଇଁ ବେଜିଂ ଆମେରିକୀୟ ସେନାକୁ ମଧ୍ୟ ଦୋଷୀ କରି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.