Below header

ଏଥର ସଅଳ ଆସିବ ମୌସୁମୀ, ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ ଛୁଇଁବ କେରଳ

ଏଥର ସଅଳ ଆସିବ ମୌସୁମୀ । ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ କେରଳ ଛୁଇଁବ ମୌସୁମୀ । ଜୁନ୍ ଏକ ତାରିଖରେ କେରଳ ଛୁଇଁବ । ଜୁନ୍ ୧୦ ତାରିଖରେ ଓଡ଼ିଶା ଛୁଇଁବ ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ଦେଶରେ ପାଖାପାଖି ୪ ମାସ ମୌସୁମୀ ଅନୁଭବ ହେବ । ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ବିଭିନ୍ନ ଅଞ୍ଚଳ ଛଇଁବା ପରେ ଜୁନ୍ ୫ରେ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ଦେଇ ଜୁନ୍ ୧୦ ବେଳକୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି । ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.