Below header

ଖରା ଉତ୍ତାପରେ ବଢ଼ୁଛି ଜାମୁନାଳି ଗାଁ ଲୋକଙ୍କ ଜଳକଷ୍ଟ, ପ୍ରତ୍ୟେକ ଦିନ ଚାଲୁଛି ପାଣି ପାଇଁ ସଂଘର୍ଷ

ଖରାର ଉତ୍ତାପ ସହ ବଢ଼ୁଛି ଜଳକଷ୍ଟ । ତାପମାତ୍ରା ଯେତିକି ବଢ଼ୁଛି ଗାଁ ଗାଁରେ ବୃଦ୍ଧି ପାଉଛି ଜଳ ସମସ୍ୟା । ପାଣି ଟୋପେ ପାଇଁ ଅନେକ ସଂଘର୍ଷ କରୁଛନ୍ତି ଲୋକେ । ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ତାପମାତ୍ରା ଅଧିକ ବୃଦ୍ଧି ପାଉଛି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।

ନା କୂଅ ଅଛି ନା ନଳକୂପ । ପ୍ରତ୍ୟେକ ଦିନ ଚାଲୁଛି ପାଣି ପାଇଁ ସଂଘର୍ଷ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜାମୁନାଳି ଗାଁଲୋକେ । ଗାଁଟି ଗଉଖ ଅଧିନରେ ଆସୁଥିବାରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ରହିଛି। ହେଲେ ଗାଁକୁ ସଠିକ୍ ଭାବେ ପାଣି ଯୋଗାଇ ଦିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଗୋଟିଏପଟେ ତାତି, ଅନ୍ୟପଟେ ଜଳକଷ୍ଟ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରୁଛି । ଏମ୍ସିଏଲ ପକ୍ଷରୁ ସଠିକ୍ ଭାବେ ଗାଁକୁ ପାନୀୟଜଳ ଯୋଗାଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.