ବଲିଉଡର ଏହି ୫ ସିଙ୍ଗଲ ମଦର୍ସଙ୍କ ଉପରେ ହେବ ଗର୍ବ, ଏକୁଟିଆ ନେଇଛନ୍ତି ସନ୍ତାନଙ୍କ ଦାୟିତ୍ୱ

ମା ଏବଂ ସନ୍ତାନର ସଂପର୍କ ସବୁଠାରୁ ଭିନ୍ନ । ଏହି ସଂପର୍କର ମଧୁରତାକୁ ଆଉ ବଢ଼ାଇବା ପାଇଁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ବା ମାତୃତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ସେହିପରି ବଲିଉଡରେ ଏପରି ଅନେକ ମା ଅଛନ୍ତି ଯେଉଁମାନେ ଏକୁଟିଆ ନିଜ ଦମ୍ଭରେ ସନ୍ତାନ ମାନଙ୍କର ଲାଳନପାଳନ କରିଛନ୍ତି । ଆସନ୍ତୁ ଜାଣିବା ବଲିଉଡ଼ର ଏପରି କିଛି ସିଙ୍ଗଲ ମଦର୍ସଙ୍କ ବିଷୟରେ ।

sushmita

 

୪୨ ବର୍ଷ ବୟସରେ ସୁସ୍ମିତା ସେନ୍‌ ବିବାହ କରିନାହାନ୍ତି । ସେ ମାତ୍ର ୨୫ବର୍ଷ ବୟସରେ ନିଜ ପ୍ରଥମ ଝିଅ ରେନିକୁ ପୋଷ ଗ୍ରହଣ କରିଥିଲେ । ଏହାର ଠିକ ୧୦ବର୍ଷ ପରେ ୨୦୧୦ ମସିହାରେ ସେ ତାଙ୍କର ଦ୍ୱିତୀୟ ଝିଅ ଅଲିଶାକୁ ପୌଷ୍ୟ ଭାବେ ଗ୍ରହଣ କରିଥିଲେ । ସୁସ୍ମିତା ତାଙ୍କ ଦୁଇ ଝିଅଙ୍କର ଲାଳନପାଳନ ଏକୁଟିଆ ହିଁ କରିଛନ୍ତି ।

poonam

ପୂର୍ବ ମିସ ଇଣ୍ଡିଆ ଏବଂ ବଲିଉଡ ଅଭିନେତ୍ରୀ ପୁନମ ଢ଼ିଲୋନ ଫିଲ୍ମ ନିର୍ମାତା ଅଶୋକ ଠକେରିଆଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ହୋଇଥିଲେ । ପୁଅ- ଅନମୋଲ ଏବଂ ଝିଅ-ପାଲୋମା । ଏହାପରେ କିଛି କାରଣ ବଶତଃ ପୁନମ ଏବଂ ଅଶୋକଙ୍କର ଛାଡପତ୍ର ହୋଇଥିଲା । ଏହାପର ପୁନମ ଏକୁଟିଆ ନିଜ ଦୁଇ ସନ୍ତାନଙ୍କର ଦାୟିତ୍ୱ ନେଇଛନ୍ତି ।

nina

ନିନା ଗୁପ୍ତାଙ୍କର ସଂପର୍କ େଓ୍‌ବଷ୍ଟଇଣ୍ଡିଜ୍‌ ପୂର୍ବ କ୍ରିକେଟର ବିବିୟନ ରିଚୟର୍ଡ୍ସଙ୍କ ସହ ଥିଲା । ଏହି ମଝିରେ ସେ ଗର୍ଭବତୀ ହୋଇଯାଇଥିଲେ । ଏହାପରେ ମଧ୍ୟ ବିବିୟନ ତାଙ୍କ ସହ ବିବାହ କରିନଥିଲେ । ଏହାପରେ ତାଙ୍କର ଏକ ପୁଅ ମସାବା ହୋଇଥିଲା । ନିନା ଏକୁଟିଆ ମସାବାଙ୍କର ଲାଳନପାଳନ କରିଥିଲେ । ଆଜି ମସାବାଙ୍କ ନାମ ଭଲ ଡିଜାଇନର ମାନଙ୍କ ତାଲିକାରେ ଶୁଣିବାକୁ ମିଳିଥାଏ ।

amruta

ସେଫ ଅଲ୍ଲି ଖାନଙ୍କ ପୂର୍ବ ପତ୍ନୀ ଅମୃତା ସିଂଙ୍କର ଦୁଇଟି ସନ୍ତାନ ସାରା ଅଲ୍ଲି ଖାନ ଏବଂ ଇବ୍ରାହିମ୍‌ ଅଲ୍ଲି ଖାନ ଅଛନ୍ତି । ଦୁଇ ଜଣ ଅଲଗା ହେବା ପରେ ଅମୃତା ଏକୁଟିଆ ଦୁଇ ସନ୍ତାନଙ୍କର ଲାଳନପାଳନ କରୁଛନ୍ତି । ଏବେ ସାରା ଜଣେ ସଫଳ ଅଭିନେତ୍ରୀ ଭାବେ ନିଜ ପରିଚୟ ପ୍ରସ୍ତୁତ କରିଛନ୍ତି ।

karishma

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । କିଛି ଦିନ ମଧ୍ୟ ତାଙ୍କ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା । ଅଲଗା ହେବା ପରେ କରିସ୍ମା ଏକୁଟିଆ ତାଙ୍କ ଦୁଇ ସନ୍ତାନଙ୍କୁ ବଡ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.