ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ : ଅାଜି ବସିବ ବିଧାୟକ ଦଳ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ବିରୋଧୀ କଂଗ୍ରେସ, ବିଜେପି ଓ ବିଜେଡି ପକ୍ଷରୁ ପୃଥକ ପୃଥକ ଭାବେ ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ ରଣନୀତି । କଂଗ୍ରେସ ଚାଷୀ ସମସ୍ୟା, ଲୋକାୟୁକ୍ତ ନିଯୁକ୍ତି, ପିସି କାରବାର, ବେକାରୀ ସମସ୍ୟା ଓ ପିଇବା ପାଣି ଆଦି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ବିଜେପି ଚାଷୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଦି ପ୍ରସଙ୍ଗ ଉଠାଇ ଗୃହରେ ସରକାରୀ ଦଳକୁ ଘେରିବ । ଉଭୟ କଂଗ୍ରେସ ଓ ବିଜେପିକୁ ମୁକାବିଲା କରିବାକୁ ପ୍ରସ୍ତୁତ ବିଜେଡି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଦଳ ଆଲୋଚନାକୁ ସ୍ୱାଗତ କରିବ ।

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ଦଳ ପ୍ରସଙ୍ଗ କରି କେନ୍ଦ୍ରକୁ ଆଟାକ କରିବ । ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ରହିଛି ୧୧ଟି କାଯ୍ୟର୍ଦିବସ । ସେ ଭିତରୁ ୯ଟି ସରକାରୀ ଓ ୨ଟି ବେସରକାରୀ କାଯ୍ୟର୍ଦିବସ । ୪ ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ୧୦ରୁ ୧୨ ତାରିଖ ତିନି ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ସେପ୍ଟେମ୍ବର ୧୭ରେ ବ୍ୟୟ ମଂଜୁରୀ ବିଲ୍ ଉପସ୍ଥାପନ ହେବ । ୨୦୧୯ ନିର୍ବାଚନ ପୂର୍ବରୁ ଏହି ଅଧିବେଶନର ବେଶ ଗୁରୁତ୍ୱ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.