ଆଜି ବାଲେଶ୍ୱର ମେଡିକାଲ କଲେଜର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର (କେନ୍ୟୁଜ୍) : ବହୁ ଦିନର ଆଶା ପୂରଣ ହୋଇଛି । ଆଜି ବାଲେଶ୍ୱର ମେଡିକାଲ କଲେଜର ଲୋକାର୍ପଣ ହେବ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଲୋକାର୍ପଣ ଉତ୍ସବରେ ସାମିଲ ହେବେ । ଏହାର ନାଁ ରହିଛି ଫକୀର ମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲ । ଆଜିଠୁ ବିଧିବଦ୍ଧ ଭାବେ ଏଠାରେ ପାଠପଢା ଆରମ୍ଭ ହେବ । ଚଳିତ ବର୍ଷ ଏଠାରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଦୀର୍ଘ ଦିନର ଦାବି ପରେ ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲାବାସୀ ବେଶ ଖୁସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.