Below header

କଳାଧନ ବଳୟରେ ବୈଜୟନ୍ତ ଓ ଜଗି: ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ବାହାମାସ୍‌ରେ କଳାଧନକୁ କରାଯାଇଛି ଧଳା

ଭୁବନେଶ୍ବର : ବାହାମାସ-ବ୍ଲାକମନି- ଲଣ୍ଡରିଂ। କଳାଧନ ବଳୟରେ ବୈଜୟନ୍ତ ଓ ଜଗି। ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡ଼ୁଛି କଳାଧନ ଭାରତରେ ସୃଷ୍ଟି ହୋଇଛି। ଓଡ଼ିଶା ଭିତରେ ବି ହୋଇଥାଇପାରେ। ମନି ଲଣ୍ଡରିଂ ମାଧ୍ୟମରେ କଳାଧନ ଭାରତ ଭିତରକୁ ଅଣାଯାଇଛି। ବାହାମାସ୍‌ର ୨ଟି ଭୂତ କମ୍ପାନୀ ମାଧ୍ୟମରେ କଳାଧନକୁ ଧଳା କରାଯାଇଛି। ଏଥିରେ ସମ୍ପତ୍ତି କିଣା ହୋଇଛି, କମ୍ପାନୀରେ ନିବେଶ ହୋଇଛି।

ଏହା ଏକ କ୍ଲାସିକ୍‌ କେସ, ED ତଦନ୍ତ କରିବା କଥା ବୋଲି ଅମର ପଟ୍ଟନାୟକ କହିଛନ୍ତି। ଅଭିଯୋଗ ହୋଇଛି, ଗତ ୨୦୧୯ ମସିହା ଜାନୁଆରୀ ୨୫ରେ ଓଟିଭି ନୂଆଦିଲ୍ଲୀ ସଫଦରଜଂଗରେ ୧୦ କୋଟି ଟଙ୍କାରେ ଏକ ଗେଷ୍ଟ ହାଉସ କିଣିଥିଲା। ଏହି ଗେଷ୍ଟ ହାଉସଟି ସୁରଙ୍ଗୀ ସର୍ଭିସେସ୍‌ ଲିମିଟେଡ-SSLରୁ କିଣାଯାଇଥିଲା। ବାହାମାସ୍‌ରେ ଥିବା ଦୁଇଟି ସେଲ୍‌ କଂପାନୀର ମାଲିକାନାରେ ଥିଲା SSL । ସଂପୃକ୍ତ ଦୁଇ ସେଲ୍‌ କଂପାନୀ ହେଲେ ଫିନ୍‌ଲେ କର୍ପୋରେସନ ଏବଂ ମେସିନା କର୍ପୋରେସନ । ଏମାନେ ମନି ଲଣ୍ଡରିଂ କରୁଥିବା ନେଇ ଇଣ୍ଟରନ୍ୟାସନାଲ କୋନସୋର୍ଟିୟମ ଅଫ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ICIJ ଦ୍ୱାରା ମଧ୍ୟ ଚିହ୍ନଟ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.