ଚନ୍ଦ୍ରରେ ୪୦ ହଜାର ବର୍ଗ କିଲୋମିଟରରୁ ବି ଅଧିକ ସ୍ଥାନରେ ବରଫ ରୂପରେ ମହଜୁଦ ଅଛି ପାଣି, ଲିକ ହେଲା ନୂଆ ରିପୋର୍ଟ

ପୂର୍ବ ତୁଳନାରେ ଚନ୍ଦ୍ର ପୃଷ୍ଠରେ ପାଣିର ମାତ୍ରା ବଢିଥିବା ନେଇ ବୈଜ୍ଞାନିକ ମାନେ ଦାବି କରିଛନ୍ତି । ପୃଷ୍ଠରେ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନ ମାନଙ୍କରେ ହିଁ ଜଳର ମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି । ଏହି ଜଳର ବ୍ୟବହାର ଭବିଷ୍ୟତରେ ହେବାକୁ ଥିବା ମାନବ ମିଶନରେ ଉପଯୋଗ କରାଯାଇ ପାରିବ । ଏହା ସହ ଏହାର ଉପଯୋଗ ରକେଟ ଇନ୍ଧନ ଉତ୍ପାଦନ ପାଇଁ ବି ବ୍ୟବହାର କରାଯାଇପାରିବ । କିନ୍ତୁ ଏବେ ଆଉ ଏକ ନୂଆ ରିପୋର୍ଟ ପଦାକୁ ଆସିଛି । ବିଭିନ୍ନ ଅନୁଧ୍ୟାନରୁ ଚନ୍ଦ୍ରପୃଷ୍ଠରେ ଲକ୍ଷ ଲକ୍ଷ ଟନ ଓଜନର ବରଫ ଥିବା ନେଇ ବୈଜ୍ଞାନିକ ମାନେ ଦାବି କରିଆସୁଛନ୍ତି । ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ୪୦ହଜାର ବର୍ଗ କିଲୋମିଟର ରୁ ଅଧିକ କ୍ଷେତ୍ରରେ ବରଫ ରୂପରେ ପାଣି ଥିବା ନେଇ ଏକ ଅନୁଧ୍ୟାନରୁ ଜଣାଯାଇଛି । ୟୁନିଭର୍ସିଟି ଅଫ କୋଲାରାଡୋର ବୈଜ୍ଞାନିକ ପଲ ହାଇନ ହିଁ ଏହି ରିପୋର୍ଟ ଦେଇଛନ୍ତି । ପୂର୍ବ ତୁଳନାରେ ଏହି ମାତ୍ରା ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ନେଇ ସୂଚନା ମିଳିଛି ।

ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପତ୍ରିକା, ନେଚର ଆଷ୍ଟ୍ରୋନୋମୀରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଚନ୍ଦ୍ରରେ ଜଳସ୍ତର ବଢିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ, ନାସାର ମେରିଲ୍ୟାଣ୍ଡ ଗୋଡ଼ାର୍ଡ ସ୍ପେସ ଫ୍ଲାଇଟ ସେଣ୍ଟର ଫେଲୋ କେସି ହାନିବଲଙ୍କ ଅନୁଯାୟୀ, ପୃଥିବୀର ଏକ ମାତ୍ର ଉପଗ୍ରହ ଚନ୍ଦ୍ରରେ ମହଜୂତ ଥିବା ଅଣୁ ଅନେକ ଦୂରଦୁରାନ୍ତ ପର୍ଯ୍ୟନ୍ତ ବ୍ୟାପିଛି । ଆଉ ମଧ୍ୟ ଏହା ଲିକ୍ୱିଡ କିମ୍ବା ସଲିଡ଼ ରୂପରେ ନାହିଁ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି କି, ଚନ୍ଦ୍ରରେ ଯେଉଁ ଯେଉଁ ସ୍ଥାନରେ ପାଣି ଅଛି ସେଠି କୌଣସି ଗର୍ତ୍ତ ନାହିଁ । ଆମେ ଯାହାକୁ ପାଣି ବୋଲି ଭାବୁଛୁ ତାହା ହୁଏତ ପୃଷ୍ଠରେ ସୂର୍ଯ୍ୟ କିରଣର ପ୍ରଭାବ ହୋଇପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.