ମୟୂରଭଞ୍ଜ : ତହସିଲଦାରଙ୍କୁ ଅଟକ ରଖିବା ପରେ ଛାଡିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ବଡମୁଣ୍ଢାବଣି ଗାଁ ନିକଟ ଜମ୍ଭୀରା ପନଦୀରେ ବେଆଇନ ବାଲି ଚାଲାଣ ହେଉଥିଲା । ତହସିଲଦାର ପହଂଚି ବାଲିଘାଟ ବନ୍ଦ କରିବା ସହ ନଦୀକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳିଥିଲେ ।
ଏହାକୁ ପ୍ରତିବାଦ କରି ତହସିଲଦାରଙ୍କୁ ଅଟକ ରଖିଥିଲେ ଗ୍ରାମାବସୀ । ଆଗକୁ ଧାନ ଅମଳ ସମୟ ଥିବାରୁ ରାସ୍ତା ଖୋଳିଲେ ଯାତାୟତରେ ଅସୁବିଧା ହେବ ବୋଲି ଗ୍ରାମବାସୀ କହିଛନ୍ତି । ରାସ୍ତା ମରାମତି ପରେ ତହସିଲଦାରଙ୍କୁ ଛାଡିବେ ବୋଲି କହିଥିଲେ । ପରେ ମୋରଡା ପୋଲିସ ପହଁଚି ବୁଝାସୁଝା କରିବା ପରେ ତହସିଲଦାରଙ୍କୁ ଛାଡିଥିଲେ ଗ୍ରାମବାସୀ ।