ଅପରାଜିତା ଷଡ଼ଙ୍ଗୀ ଗଢ଼ିଲେ ନୂଆ ସଂଗଠନ ‘ଅଜିତା’, ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତୀକରଣରେ ସଂଗଠନ କରିବ କାମ

ଭୁବନେଶ୍ବର(କେନ୍ୟୁଜ୍):  ବିଜେପି ଫୋକସରେ ମହିଳା ଓ ଯୁବଶକ୍ତି । ସାଂସଦ ଅପରାଜିତା ଗଢ଼ିଲେ ନୂଆ ସଂଗଠନ ‘ଅଜିତା’ା ମହିଳାଙ୍କ ପାଇଁ ଏହି ସଂଗଠନ କାମ କରିବ । ସେହିପରି ଯୁବକଙ୍କ ପାଇଁ ‘ୟୁଥ୍‌ ଫର ଆକସନ୍‌’ ନାଁରେ ଆଉ ଏକ ସଂଗଠନ କାମ କରିବ । ବିଜେଡିର ଅମୋଘ ଅସ୍ତ୍ର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଟକ୍କର ଦେବ ଅଜିତା ।

ଆଉ ବିଜୁ ଯୁବ ବାହିନୀକୁ ଟକ୍କର ଦେବ ୟୁଥ୍‌ ଫର ଆକସନ୍‌ । ହେଲେ ସାଂସଦ ଅପରାଜିତା କହିଛନ୍ତି ଏହି ସଂଗଠନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । କିଛି ମାସ ପୂର୍ବରୁ ସାଂସଦ ଅପରାଜିତା ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇଥିଲେ । ଏହା ପରେ ଗଠନ କରିଛନ୍ତି ନୂଆ ସଂଗଠନ । ଅଜିତା ସଂଗଠନରେ ବିଭିନ୍ନ ଜିଲ୍ଲାରୁ ମହିଳା ଯୋଗ ଦେଇଛନ୍ତି ।

ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସାମିଲ କରାଯାଇଛି ।ଏଥର ରାଜ୍ୟ ବିଜେପି ସଭାପତି ଉପକୂଳ ଓଡ଼ିଶାରୁ ହେବା ଚର୍ଚ୍ଚା ଜୋର ଧରିଛି । ଅପରାଜିତାଙ୍କ ଏଭଳି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.