ବିଜୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଡଃ ଅଚ୍ୟୁତ ସାମନ୍ତ

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦିଗି ମନ୍ଦିର ଛକ ନିକଟରେ ୩କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସୁଗଡବାଡି ଠାରୁ ବାନ୍ଧା ପଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୯କୋଟି ୨ ଲକ୍ଷ ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ।

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦିଗି ମନ୍ଦିର ଛକ ନିକଟରେ ୩କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସୁଗଡବାଡି ଠାରୁ ବାନ୍ଧା ପଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୯କୋଟି ୨ ଲକ୍ଷ ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ। ସୁଗଡବାଡି ଗୁମାମାହା ଠାରୁ ପାଡାସି , ପେନାଲା , ଡକେରବାଡି ,କରଡା କୁ ସଂଯୋଗ କରିବା ପାଇଁ ବିଜୁ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ୩ କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ବିଜୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହା ପରେ ସୁଗଡବାଡି ଠାରୁ ଦିଗି ୮.୨ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୯କୋଟି ୨ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମବାସୀଙ୍କର ବହୁଦିନର ଆଶା ଆଜି ପୂରଣ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ସାଲୁଗା ପ୍ରଧାନ, ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଚଳ ମଣ୍ଡଳ, ରାଇକିଆ ବ୍ଳକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଜେଇ, ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ, ରାଇକିଆ ବ୍ଳକ ବଜେଡି ସଭାପତି ରାଜମୋହ ଦିଗାଳ, ସାଂସଦ ପ୍ରତିନିଧିତ୍ଵ ଟୁକୁନା ପାଣିଗ୍ରାହୀ , ସାଂସଦ ସଂଯୋଜକ ସୁରଥ ନାୟକ , ଦଡଙ୍ଗିଆ ସମିତି ସଭ୍ୟ ପ୍ରଦିପ କୁମାର ପ୍ରଧାନ , ରାଇକିଆ ବ୍ଳକ ଉପାଧକ୍ଷା ରିନା ପ୍ରଧାନ, ଏବଂ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.