କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଫାଇଭ ଟି ଅଧୀନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଡକ୍ଟର ସାମନ୍ତ । ବିଭିନ୍ନ ଶ୍ରେଣୀଗୃହ, ପାଠାଗାର ଓ ବିଜ୍ଞାନାଗାର ଆଦି ବୁଲି ଦେଖିଥିଲେ । ଏହାସହ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସଂପର୍କରେ ଆଲୋଚନା କରିଥିଲେ।

ଏହାସହିତ ଫୁଲବାଣୀଠାରେ ଜିଲ୍ଲା ସାମ୍ବାଦିକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଫୁଲବାଣୀ ସର୍କିଟ ହାଉସଠାରେ ଡ. ସାମନ୍ତଙ୍କୁ ପ୍ରେସକ୍ଲବର ନବ ନିର୍ବାଚିତ ସଭାପତି ସୁନିଲ୍‌୍‌ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ସାକ୍ଷାତ କରିବାକୁ ଆସିଥିଲେ । କନ୍ଧମାଳ ଜିଲ୍ଲାର ସାମୂହିକ ଉନ୍ନତିରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସାମ୍ବାଦିକଙ୍କ ଦ୍ୱାରା ହିଁ ଏହା ସମ୍ଭବ ହୋଇଥାଏ। ସାମ୍ବାଦିକଙ୍କ ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଡ. ସାମନ୍ତ । ଏହାସହ ସକାରାତ୍ମକ କାମ କରୁଥିବା ସାମ୍ବାଦିକଙ୍କୁ ସବୁ ପ୍ରକାର ସହଯୋଗ ରହିବ ବୋଲି ଆଶ୍ୱାସନା ଦେଇଥିଲେ । ପ୍ରେସ୍‌୍‌ କ୍ଳବର ନିର୍ମାଣାଧିନ ନୂଆ ଗୃହ ଆସନ୍ତା ଅକ୍ଟୋବର ୨ ତାରିଖରେ ଉଦ୍‌ଘାଟନ ହେବ । ନିଜେ ଉପସ୍ଥିତ ରହି ଉଦ୍‌ଘାଟନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କନ୍ଧମାଳ ସାଂସଦ ।

samanta sir

ଅନ୍ଯପଟେ ସାଂସଦ ଡ. ସାମନ୍ତ ବିଜୁ ଜନତା ଦଳର ସଭାନେତ୍ରୀ ପୁନମ୍‌ କହଁରଙ୍କୁ ସାକ୍ଷାତ କରି ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ନିକଟରେ ପୁନମଙ୍କ ସ୍ୱାମୀ ପ୍ରମୋଦ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା । ପ୍ରମୋଦ ଜଣେ ଅତ୍ୟନ୍ତ ଭଦ୍ର ଓ ପରୋପକାରୀ ବ୍ୟକ୍ତି ଥିଲେ । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାରୁ ଡ. ସାମନ୍ତ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରମୋଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.