ବର୍ଷା ଦିନେ ଫୁସଫୁସର ଯତ୍ନ ନେବେ କିଭଳି, କ’ଣ ଖାଇବେ, କ’ଣ ଖାଇବେ ନାହିଁ ?

ପାଣିପାଗର ଖବରରେ ଯେବେ ମୌସୁମୀର ଆଗମନ ସୁଚନା ଆସେ ତେବେ ଖୁସି ଲାଗେ । ହେଲେ ଏହି ମୌସୁମୀ ଯେବେ ନିଜ ସହ ଅନେକ ରୋଗ ଡ଼ାକି ଆଣେ ତେବେ ନିଜ ସ୍ଥାସ୍ୟର ଯତ୍ନ ନେବାର ବି ଆବଶ୍ୟକ୍ତା ରହିଛି । ମୌସୁମୀ ସମୟରେ କାଶ, ଝିଙ୍କ ଓ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ମୌସୁମୀ ଆସିବା ସହ ବହୁ ରୋଗ ବି ସାଂଗରେ ଆଣିଥାଏ । ତାପମାତ୍ରାରେ ହଠାତ ପରିବର୍ତ୍ତନ, ପ୍ରଦୂଷିତ ପାଣି ଓ ମଶାଙ୍କ ଦାଉକୁ ଏଥିପାଇଁ ଦାୟୀ କରାଯାଏ । ଏହି ସମୟରେ କାଶ, ଛିଙ୍କ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ବି ହୋଇପାରେ । ରେସପିରେଟରି ସିଷ୍ଟମ ସହ ଜଡ଼ିତ ଏହି ସମସ୍ୟା କେବଳ ଯେ ଶ୍ୱାସ ରୋଗୀଙ୍କ ସହ ହୁଏ ତାହା ନୁହେଁ ବରଂ ଏକ ସୁସ୍ଥ ମଣିଷ ବି ଏହାର ଶିକାର ହୋଇପାରେ । ଏଭଳି କ୍ଷେତ୍ରରେ ନିଜ ଫୁସଫୁସର ଯତ୍ନ ନେବା ବି ଜରୁରୀ ହୋଇ ପଡ଼େ ।

ଭିଟାମିନ-ସି ଓ ଓମେଗା-୩ :

ଆପଣ ଯଦିଓ କେବେ ଧ୍ୟାନ ଦେଇ ନଥିବେ କିନ୍ତୁ ଡାଏଟରେ ଶାମିଲ ଛୋଟ-ଛୋଟ କଥା ଆପଣଙ୍କୁ ମୌସୁମୀ ସମୟରେ କାଶ, ଝିଙ୍କ ଓ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ମୌସୁମୀ ଆସିବା ସହ ବହୁ ରୋଗ ବି ସାଂଗରେ ଆଣିଥାଏ । ତାପମାତ୍ରାରେ ହଠାତ ପରିବର୍ତ୍ତନ, ପ୍ରଦୂଷିତ ପାଣି ଓ ମଶାଙ୍କ ଦାଉକୁ ଏଥିପାଇଁ ଦାୟୀ କରାଯାଏ । ସ୍ଥାସ୍ୟ ଉପରେ ସିଧା ପ୍ରଭାବ ପକାଉଛି । ମୌସୁମୀରେ ଖାଦ୍ୟ-ପେୟର ସବୁଠାରୁ ବଡ଼ ପ୍ରଭାବ ଫୁସଫୁସ ଉପରେ ପଡ଼ିଥାଏ । ଏହି ମୌସୁମୀ ପାଣିପାଗରେ ଭିଟାମିନ-ସି, ଆଂଟିଅକ୍ସିଡାଂଟ୍ସ ଓ ଓମେଗା-୩ ଯୁକ୍ତ ଫଳ, ପରିବା ଓ ଡ୍ରାଇ ଫ୍ରୁଟ୍ସର ସେବନ କରିବା ନିହାତି ଆବଶ୍ୟକ ।

କ’ଣ ଖାଇବେ, କ’ଣ ଖାଇବେ ନାହିଁ :

ବର୍ଷା ପାଗରେ ଆପଣ କଖାରୁ, ଆଳୁ, ଶକରକନ୍ଦ ଓ ବାଇଗଣ ଭଳି ପରିବା ସେବନ କରିବା କଥା ଯାହା ଆଂଟିଅକ୍ସିଡାଂଟ୍ସରେ ପରିପୂର୍ଣ୍ଣ । ଏହି ମାମଲାରେ ରାଜମା ମଧ୍ୟ ବହୁତ ଲାଭଦାୟକ ଅଟେ । ଏହି ସିଜନରେ ଡକ୍ଟର ଗାଜର, କଦଳି, ବ୍ରୋକଲୀ, ମୂଳା ଓ ପାଳଙ୍ଗ ଭଳି ପରିବା ଠୁ ଦୁରରେ ରହିବା ପାଇଁ ପରାର୍ମଶ ଦେଉଛନ୍ତି । ବର୍ଷା ଦିନରେ ଯଦି ଆପଣ ଅଙ୍ଗୁର, ଅମୃତଭଣ୍ଡା, କଦଳି କିମ୍ବା କୋଣସି ପ୍ରକାରର ବେରିଜ ଖାଇବା ପାଇଁ ଇଛୁକ ତେବେ ଏଥିରୁ ଫୁସଫୁସକୁ ଫାଇଦା ହୋଇଥାଏ । ଏଥିରେ ମହଜୁଦ ଭିଟାମିନ ଓ ଆଂଟିଅକ୍ସିଡାଂଟସ ରେସପିରେଟରି ହେଲ୍ଥ ପାଇଁ ବେଶ ଲାଭଦାୟକ । ଆପଣ ଅଖରୋଟ, ବାଦାମ ବି ଖାଇ ପାରିବେ । ସକାଳ-ସଂଧ୍ୟା ଉଷୁମ ପାଣିରେ ଲେମ୍ବୁ ରସ ମିସାଇ ପିଇଲେ ବି ଭଲ ।

ମସଲାର ସେବନ :

କିଚେନରେ ଥିବା ମସଲା ଆମର ରେସପିରେଟରି ହେଲ୍ଥ ପାଇଁ ବହୁତ ଭଲ ବୋଲି କୁହାଯାଏ । ଡକ୍ଟରସଙ୍କ କହିବା କଥା ଆପଣକୁ ନିୟମିତ ଭାବେ ତୁଳସୀ, ଅଦା, ରସୂଣ ଓ ହଳଦି ଭଳି ପ୍ରାକୃତିକ ପଦାର୍ଥର ସେବନ କରିବା କଥା ।

ଘରେ ଏହି ସବୁ ସାମଗ୍ରୀ ରଖନ୍ତୁ ସଫା-ସୁତୁରା :

ଘରେ ଥିବା ସୋଫା, ପର୍ଦା, ଦରି, ଚାଦର କିମ୍ବା ତକିଆର କଭର ଧୂଳିର କଣିକାରେ ଥିବା ଆଲର୍ଜିକୁ ଆଶ୍ରୟ ଦେଇ ପାରେ, ସେଥିପାଇଁ ବର୍ଷା ସମୟରେ ଏହାକୁ ନିୟମିତ ସଫା-ସୂତୂରା ରଖିବା ଜରୂରୀ । ଏହି ସବୁ ସାମଗ୍ରୀକୁ ଭଳ ଭାବେ ଧୋଇବା ସହ ନୀତି-ଦିନ ଖରାରେ ବି ଦିଅନ୍ତୁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.