ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର: ବିଭିନ୍ନ ରାସ୍ତା ଉପରେ ୩ ଫୁଟର ପାଣି, ୧୨ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ

ଜଳେଶ୍ବର(କେନ୍ଯୁଜ୍): ବଢୁଛି ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୧୮ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ ।

ବିଭିନ୍ନ ରାସ୍ତା ଉପରେ ଚାଲୁଛି ୩ ଫୁଟର ପାଣି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ସଦର ଓ ବସ୍ତା ବ୍ଲକର ୧୨ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ପ୍ରବେଶ କରିଛି ବନ୍ୟାଜଳ । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.