ଦୁର୍ବଳ ହେଉଛି ମାଓ ସଙ୍ଗଠନ: ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି(କେନ୍ଯୁଜ୍): ଦୁର୍ବଳ ହେଉଛି ମାଓ ସଙ୍ଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସ୍‌ପି ସୁନୀଲ ଶର୍ମାଙ୍କ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ କେରଲାପାଲ ଏଲଓସି କମାଣ୍ଡର ମାଡକାମ ଆଇତା ଏବଂ ଡ଼େପୁଟି କମାଣ୍ଡର ପଦ୍ମା ପୋଜେ ।

ମାଡ଼କାମ ଆଇତା ନାଁରେ ୫ ଲକ୍ଷ ଟଙ୍କା ଏବଂ ପଦ୍ମା ନାଁରେ ୨ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଛତିଶଗଡ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଆତ୍ମସମର୍ପଣ ଅଭିଯାନରେ ମାଓବାଦୀ ଆକର୍ଷିତ ହୋଇ ଆତ୍ମସମର୍ପଣ କରୁଥିବା କୁହାଯାଇଛି । ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଏହି ଦମ୍ପତିଙ୍କୁ ସମସ୍ତ ସହଯୋଗ କରାଯିବ । ଆଗକୁ ମଧ୍ୟ ଅନ୍ୟ ମାଓବାଦୀ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସୁକମା ଏସ୍‌ପି ଆହ୍ଵାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.