ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ପୌରନିର୍ବାହୀ ଅଧିକାରୀ, ବିଲ୍ ପାସ୍ କରାଇ ଦେବାକୁ ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ । ବିଲ୍ ପାସ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁନ୍ଦରଗଡ ପୌରନିର୍ବାହି ଅଧିକାରୀ ଅଶୋକ ମିଶ୍ର ।
ସୁନ୍ଦରଗଡ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଡ୍ରେସ୍ କୋଡ୍ ତିଆରି କରୁଥିଲେ ଶେଖ ସାହିଦ । ତାଙ୍କର ପ୍ରାପ୍ୟ ବାବଦରେ ପ୍ରାୟ ୨ ଲକ୍ଷ ଟଙ୍କା ବକେଆ ରହିଥିଲା । ସେହି ବିଲ୍ ପାସ୍ କରାଇବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୌର ନିର୍ବାହୀ ଅଧିକାରୀ । ଭିଜିଲାନ୍ସ ହାତରେ ଧରାପଡିବା ପରେ ନିର୍ବାହୀ ଅଧିକାରୀ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ।