ସାବଧାନ୍! ଆଜିଠୁ କଡ଼ାକଡ଼ି ହେଲମେଟ୍ ଚେକିଂ, ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ଯାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠୁ କଡ଼ାକଡ଼ି ହେବ ହେଲମେଟ ଚେକିଂ । ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ଯାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଖିଲାପକାରୀ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସଡ଼କ ସୁରକ୍ଷା ପାଇଁ ଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ପ୍ରସ୍ତୁତି କରୁଛନ୍ତି । ନୂଆ ପରିବହନ ଆଇନରେ ଯେଉଁ ନିୟମ ରହିଛି, ତାହା ପାଳନ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ରଙ୍ଗ ସାଇଡ ଡ୍ରାଇଭିଂ ବି ସାମିଲ କରାଯାଇଛି । ତେଣୁ ଏହି ନିୟମକୁ କଡାକଡି ଯାଞ୍ଚ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.